Bikash Khabar
ଆଜି ଜାଗର ,ଶିବ ପଞ୍ଚାକ୍ଷର ମନ୍ତ୍ରରେ ନିନାଦିତ ହେଉଛି ଶୈବ କ୍ଷେତ୍ର

ଆଜି ଜାଗର ପବିତ୍ର ମହାଶିବ ରାତ୍ରି। ଶିବ ପଞ୍ଚାକ୍ଷର ମନ୍ତ୍ରରେ ନିନାଦିତ  ହେଉଛି ଶୈବ କ୍ଷେତ୍ର ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ଶୈବ କ୍ଷେତ୍ର ଗୁଡିକରେ ଗହଳ ଚହଳ ଦେଖିବାକୁ ମିଳିଛି ଉଜାଗର ଉପବାସ ରହି ମହାଦୀପ ଉଠିବା ପର୍ୟ୍ୟନ୍ତ ଉପାସନାରେ ମଗ୍ନ ହେବେ ଶ୍ରଦ୍ଧାଳୁ।ପୁରୀ ଲୋକନାଥଂଦେବ,ଆରଡିର ଆଖଣ୍ଡଳମଣି ,କପିଳାସ ବାବା ଚନ୍ଦ୍ରଶେଖର,ବାବା ଧବଳେଶ୍ୱର କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ ରେ ଭିଡ଼ ପରିଚାଳନା ପାଇଁ ପ୍ରଶାସନ ସଜାଗ ରହିଛି ଠିକ ସମୟରେ ରେ ମହାଦୀପ ଉଠିବା ନେଇ  ପ୍ରଶାସନ ପ୍ରସ୍ତୁତି ଚଳାଇଛି।

 ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତମାନଙ୍କ ଦର୍ଶନ ସହ ଶୃଙ୍ଖଳିତ ନୀତି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ କମିସନରେଟ୍ପୁଲିସ୍ପ୍ରସ୍ତୁତି ହୋଇଛି। ଟ୍ରାଫିକ୍ସହ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ହୋଇଛି। ପୁଲିସ୍କମିସନର ସତ୍ୟଜିତ ମହାନ୍ତିଙ୍କ ସୂଚନା ମୁତାବକ ଡିସିପି ଅନୁପ କୁମାର ସାହୁଙ୍କ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପଯ୍ୟର୍ଟକଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଶିବରାତ୍ରିରେ ସିଫ୍ଟ୍ରେ ୨୫ପ୍ଲାଟୁନ୍ପୋଲିସ୍ଦାୟିତ୍ବରେ ରହିବେ। ୫ଜଣ ଆଡିସନାଲ ଏସିପି, ୧୧ଜଣ ଏସିପି, ୧୦୦ଜଣ ବରିଷ୍ଠ ଅଧିକାରୀ ସାମିଲ ହେବେ। ଧାର୍ୟ୍ୟ ସମୟରେ ଯେଭଳି ମହାଦୀପ ଉଠିବ ସେନେଇ ସେବାୟତ ନିର୍ବାହୀ ଅଧିକାରୀଙ୍କ ସହ ଆଲେଚନା ହୋଇଛି।

04/03/2019

Leave a Reply

Your email address will not be published. Required fields are marked *

Comments