Bikash Khabar
ଆଜି ପଣା ସଂକ୍ରାନ୍ତି ,ଓଡ଼ିଆ ନୂଆବର୍ଷ

 

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ରବିବାର ଅର୍ଥାତ ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଏହି ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯିବା ସହ ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି। ସକାଳୁ  ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବର୍ଷ ଆରମ୍ଭ ହେଉଥିବାରୁ ଲୋକମାନେ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଏହି ଦିନ ଛତୁଆ ପଣା ଭୋଗର ବିଧି ରହିଛି ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ ଓଡ଼ିଆ ସଂସ୍କୃତି କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ ସେହିପରି ଜ୍ୟୋତିଷୀୟ ଗଣନା ଅନୁସାରେ ଆଜି ହେଉଛି ମେଷ ସଂକ୍ରାନ୍ତି ଓଡ଼ିଶାରେ ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୁଏ

ସେହିପରି ଆଜି ପ୍ରତି ଓଡ଼ିଆ ଘର ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖାଯାଏ ଏହି ଠେକି ତଳେ ଏକ ଛୋଟ ଛିଦ୍ରଥାଏ, ଯଦ୍ୱାରା ପାଣି ତୁଳସୀ ଗଛରେ ପଡିପାରିବ ଆଜି ମଧ୍ୟ ସମଗ୍ର ଓଡ଼ିଶାରେ ହନୁମାନ ଜୟନ୍ତି ଭାବେ ପାଳନ କରାଯାଏ ଓଡ଼ିଆ ଲୋକମାନେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳଶା ପାଠ କରି ନିଜର ମନୋସ୍କାମନା ପୂରଣ କରିଥାନ୍ତି ବିଶେଷ କରି ମା ତାରିଣି ପୀଠରେ ଆଜି ଉତ୍ସବ ପାଳନ ହୋଇଥାଏ ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି ବେଲ ପଣା ସେବନ ଓଡ଼ିଶାର ବିଭିନ୍ନ ସ୍ଥାନ ଦେବାଳୟରେ ପଣା ବଣ୍ଟନ କରାଯାଇଥାଏ

14/04/2019

Leave a Reply

Your email address will not be published. Required fields are marked *

Comments