Bikash Khabar
ଆଜି ବିଶ୍ବ ବାସହୀନ ଦିବସ,ଓଡ଼ିଶାରେ ସହରାଞ୍ଚଳ ବାସହୀନଙ୍କ ସଂଖ୍ୟା ୧୩,୬୫୧

ଆଜି ସାରା ବିଶ୍ୱ ପାଳନ କରୁଛି ବିଶ୍ବ ବାସହୀନ ଦିବସ ସାରା ବିଶ୍ୱରେ ୧୦ ମିଲିୟନ ରୁ ଅଧିକ ଲୋକଙ୍କ ମୁଣ୍ଡ ଉପରେ ଛାତ ଟିଏ ନାହିଁ ସେହିପରି ଆମ ଦେଶରେ .୭୭ ମିଲିୟନ ଲୋକ ରାସ୍ତା କଡ଼ରେ ଖୋଲା ଆକାଶ ତଳେ ମେଲାଇଛନ୍ତି ସଂସାର ଓଡ଼ିଶାରେ ସହରାଞ୍ଚଳ ବାସହୀନଙ୍କ ସଂଖ୍ୟା ୧୩,୬୫୧। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସମେତ ୨୨ଟି ରାଜ୍ୟରେ ଏହି ସର୍ବେକ୍ଷଣ କରାଯାଇଥିଲା। ଏହିସବୁ ରାଜ୍ୟରେ ମୋଟ ,୦୭,୮୪୭ ଜଣ ବାସହୀନ ଥିବା ଏଥିରୁ ଜଣାପଡ଼ିଛି। ସେଥିମଧ୍ୟରୁ ଓଡ଼ିଶାରେ ୧୩,୬୫୧ ସହରାଞ୍ଚଳ ବାସହୀନ ରହିଛନ୍ତି। ରାଜସ୍ଥାନରେ ସର୍ବାଧିକ ୩୯,୫୧୨ ଜଣ ବାସହୀନ ଥିବାବେଳେ ମଣିପୁରରେ ସର୍ବନିମ୍ନ ଜଣ ବାସହୀନ ରହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟରେ ସର୍ଭେ କରାଯିବ ବୋଲି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

 

10/10/2020

Leave a Reply

Your email address will not be published. Required fields are marked *

Comments