Bikash Khabar
ଆଫ୍ରିକୀୟ ସିଂହ ଅଙ୍ଗପ୍ରତ୍ୟଙ୍ଗ ର ବଜାର ପାଲଟିଛି ଏସିଆ

ଆଜି ହେଉଛି ବିଶ୍ୱ ସିଂହ ଦିବସ ଜଙ୍ଗଲର ରାଜା କୁହାଯାଉଥିବା ଅତ୍ୟନ୍ତ ଚତୁର ଆଉ ବଳଶାଳୀ ଏହି ଜୀବଟି କିନ୍ତୁ ଶିକାରୀ ମାନଙ୍କ ନିକଟରେ ପରାଜୟ ମାନି ନେଇଛି ଏହାର ହାଡ଼ ରେ ମୂଲ୍ୟବାନ ଅଳଙ୍କାର ବିଳାସୀ ସାମଗ୍ରୀ ପ୍ରସ୍ତୁତ ହେଉଥିବାରୁ ଅନ୍ତରାଷ୍ଟ୍ରୀୟ ବଜାର ରେ ଏହାର ଚାହିଦା ବହୁତ ଅଧିକ ଏହାର ହାଡ଼,ଦାନ୍ତ,ପିଞ୍ଜରା ଚାହିଦା ଅଧିକ ରହିଥିବାରୁ ଜୀବଜନ୍ତୁ ତସ୍କର ମାନେ ସିଂହ ତସ୍କରୀକୁ ଟାର୍ଗେଟ କରିଥାନ୍ତି ବିଗତ କିଛି ବର୍ଷ ମଧ୍ୟରେ ଆମ ଦେଶରେ ସିଂହ ସଂଖ୍ୟା ବଢିଥିଲେ ସୁଦ୍ଧା ସିଂହ ଶିକାର ମଧ୍ୟ ସମପରିମାଣରେ ହୋଇଥିବା ଜଣାଯାଇଛି ଏପରି ଅବୈଧ ଶିକାର ଜଙ୍ଗଲର ରାଜାର ସ୍ଥିତିରେ ସଙ୍କଟ ସୃଷ୍ଟି କରିଛି ଆମ ଦେଶରେ ଏସିଆନ ସିଂହ ଙ୍କ ଶେଷ ଆଶ୍ରୟ ସ୍ଥଳ ହେଉଛି ଗୁଜୁରାଟ। ୨୦୧୫ ଗଣନା ଅନୁସାରେ ଗୁଜୁରାଟ ଟି ଜିଲ୍ଲାର ୨୨୦୦୦ ବର୍ଗକିଲୋମିଟର ଅଂଚଳ ମଧ୍ୟରେ ୫୨୩ ଟି ସିଂହ ଥିବା ଜଣାଯାଇଥିଲା ବିଶ୍ୱର ଏପରି ମାତ୍ର ଟି ଦେଶ ଅଛନ୍ତି ଯେଉଁଠି ସିଂହ ସଂଖ୍ୟା ୧୦୦୦ ରୁ ଅଧିକ। ଚୀନ ରେ ବାଘ ମାଂସ ଚାହିଦା ଅଧିକ ଥିବା କାରଣରୁ ସିଂହ ମାଂସ କୁ ବାଘ ମାଂସ ଦର୍ଶାଇ ବିକ୍ରି କରାଯାଇଥାଏ ସିଂହ ଶରୀର ରେ ୨୬୦ ଟି ହାଡ଼ ରହିଥାଏ। ଏହାର ହାଡ଼ କିଲୋଗ୍ରାମ ପ୍ରତି ୧୪୦ ରୁ ୩୬୦ ଡଲାର ରେ ବିକ୍ରୀକରାଯାଇଥାଏ ବାଘ ,ସିଂହ ଅନ୍ୟାନ ଜୀବଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଥିବା ବେଳେ ଆନ୍ତଃରାଜ୍ୟ ମାଫିଆ ମାନଙ୍କ ସୁସଙ୍ଗଠିତ ରାକେଟ ଫଳରେ ଏହା ଏବେ ବି ସମ୍ଭବ ହୋଇ ରହିଛି

10/08/2019

Leave a Reply

Your email address will not be published. Required fields are marked *

Comments