Bikash Khabar
ଆଜି ବିଶ୍ୱ ବ୍ୟାଘ୍ର ଦିବସ,ପ୍ରକାଶ ପାଇବ ଦେଶର ଚତୁର୍ଥ ବାଘ ଗଣନା ରିପୋର୍ଟ

 ସୋମବାର ପାଳିତ ହେଉଛି ବିଶ୍ୱ ବ୍ୟାଘ୍ର ଦିବସ ଅବସର ରେ ଦେଶର ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮କୁ ଉନ୍ମୋଚନ କରିବେ। ୨୦୦୬ରେ ପ୍ରୋଜେକ୍ଟ ଟାଇଗରର ପୁନର୍ଗଠନ ପରେ ଏହା ଚତୁର୍ଥ ରିପୋର୍ଟ। ପ୍ରତି ବର୍ଷରେ ଥରେ ଦେଶରେ ବ୍ୟାଘ୍ର ଗଣନା ହୋଇଆସୁଛି। ୨୦୧୪ରେ ହୋଇଥିବା ଗଣନାରେ ଦେଶରେ ବାଘଙ୍କ ସଂଖ୍ୟା ୨୨୨୬ ଥିବା ଦର୍ଶାଯାଇଥିଲା ଏହା ପୂର୍ବରୁ ୨୦୦୬ ରେ ଦେଶରେ ବାଘଙ୍କ ସଂଖ୍ୟା  ୧୪୧୧ ଏବଂ ୨୦୧୦ରେ ୧୭୨୬ ରହିଥିଲା। ତେବେ ଗତ ବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା ୧୮ରୁ ୨୦% ବୃଦ୍ଧି ଘଟି ୨୬୦୦ ଟପିବା ନେଇ ଆଶା ରଖାଯାଇଛି। ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ୬୦୦ ବାଘଙ୍କ ସହିତ ପ୍ରଥମ ସ୍ଥାନରେ ରହିବ ବୋଲି ଅନୁମାନ କରାଯାଉଛି। ଏହା ପଛକୁ ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ରହିପାରନ୍ତି।

29/07/2019

Leave a Reply

Your email address will not be published. Required fields are marked *

Comments