Bikash Khabar
ଆଜି ବିଶ୍ୱ ଏଡ୍ସ ଦିବସ ,ଶୀର୍ଷରେ ଗଂଜାମ

ଆଜି ଡିସେମ୍ବର ,ସାରା ବିଶ୍ୱରେ ପାଳିତ ହେଉଛି ଏଡ୍ସ ମହାମାରୀଙ୍କୁ ନେଇ ସଚେତନତା ଦିବସ ଆଜିର ଦିନ ଟିକୁ ବିଶ୍ୱ ଏଡସ ଦିବସ ଭାବେ ପାଳନ କରାଯାଉଛି ଏଡସ ରୋକିବା ଲାଗି ବିଶ୍ବ ସମୁଦାୟପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ବେଳେ ୨୦୩୦ ମସିହା ସୁଦ୍ଧା ରାଜ୍ୟରୁ ଏଡ଼ସ୍ସଂକ୍ରମଣକୁ ମୂଳୋତ୍ପାଟନ କରିବା ପାଇଁ ରାଜ୍ୟ ଏଡ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ଉଦ୍ୟମ ଜାରି ରଖିଛି। ଚଳିତବର୍ଷ ରାଜ୍ୟରେ ,୯୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫୨୮ଜଣ ଥିବାବେଳେ ଅବଶିଷ୍ଟ ଅନ୍ୟ ଜିଲାରୁ ଚିହ୍ନଟ କରାଯାଇଛି। ଗୋଟିଏ ପଟେ ରାଜ୍ୟ ସରକାର ଏଚଆଇଭିକୁ ମୂଳୋତ୍ପାଟନ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ନୂଆ ମାମଲା ଚିହ୍ନଟ ହେବା ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି କରିବ। ହେଲେ ଓସାକ୍ସ କହୁଛି, ଲୋକେ ଏଚଆଇଭି ପ୍ରତି ଅଧିକ ସଚେତନ ହୋଇ ସ୍ବଇଚ୍ଛାରେ କେନ୍ଦ୍ରକୁ ଆସି ପରୀକ୍ଷା କରୁଛନ୍ତି। ଜନସାଧାରଣଙ୍କୁ ସଚେତନ କରି କିପରି ରାଜ୍ୟ ତଥା ଦେଶରୁ ଏଡ଼ସ୍ସଂକ୍ରମଣକୁ ମୂଳୋତ୍ପାଟନ କରାଯାଇ ପାରିବ ସେକ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି। ୨୦୨୦ ଅକ୍ଟୋବର ଶେଷସୁଦ୍ଧା ରାଜ୍ୟରେ ମୋଟ୍ସଂକ୍ରମିତଙ୍କ ସଂଖ୍ୟା ୫୨,୦୬୭ ପହଞ୍ଚିଛି। ଗତବର୍ଷ ଏହି ସଂଖ୍ୟା ୪୯,୧୦୪ ଥିଲା। ଚଳିତବର୍ଷ ରାଜ୍ୟରେ ,୯୬୩ଟି ନୂଆ ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ଚଳିତବର୍ଷ ଗଞ୍ଜାମ ଜିଲାରେ ମୋଟ୍ସଂକ୍ରମିତଙ୍କ ସଂଖ୍ୟା ୧୬,୨୧୯ରେ ପହଞ୍ଚିଛି। ଗତବର୍ଷ ଜିଲାରେ ୧୫,୬୯୧ଟି ମାମଲା ଥିଲା। ଜିଲାରୁ ଅଧିକାଂଶ ଅଧିବାସୀ ବାହାର ରାଜ୍ୟକୁ କାମ ପାଇଁ ଯାଉଥିବାରୁ ସେଠାରୁ ସଂକ୍ରମିତ ହୋଇ ଫେରୁଛନ୍ତି। ଗଞ୍ଜାମକୁ ଛାଡିଦେଲେ ଅନୁଗୋଳରେ ୧୯୩୩, ବଲାଙ୍ଗୀରରେ ୧୬୬୩, ଭଦ୍ରକରେ ୧୦୧୦, ଖୋର୍ଦ୍ଧାରେ ୩୦୪୭, କୋରାପୁଟରେ ୨୬୦୪ ଏବଂ ବାଲେଶ୍ବର ଜିଲାରେ ୧୬୬୦ ସଂକ୍ରମିତ ଅଛନ୍ତି। ଅନ୍ୟ ଜିଲାରେ ସଂକ୍ରମଣ ଖୁବ୍ କମ୍ରହିଛି। କରୋନା ଯୋଗୁଁ ଲକ୍ଡାଉନ୍ଏବଂ ସଟ୍ଡାଉନ୍ଘୋଷଣା କରାଯିବା ଦ୍ବାରା ଚଳିତ ବର୍ଷ ଧାର୍ଯ୍ୟଲକ୍ଷ୍ୟଠାରୁ ନମୁନା ପରୀକ୍ଷା ହ୍ରାସ ପାଇଛି। ୨୦୨୦-୨୧ବର୍ଷରେ ,୩୩,୪୧୧ ଜଣଙ୍କ ନମୁନାପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇ ଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ,୭୭,୯୨୨ ଜଣଙ୍କ ପରୀକ୍ଷା କରାଯାଇଛି। ଏଏନ୍ସିରେ ,୪୩,୧୭୫ ଜଣଙ୍କ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ଥିବାବେଳେ ,୨୭,୪୪୦ ଜଣଙ୍କ ପରୀକ୍ଷା ହୋଇଛି। ପରୀକ୍ଷା କମିବାର କାରଣ ସଂକ୍ରାନ୍ତରେ ଓସାକ୍ସ କହୁଛି କରୋନା ଯୋଗୁଁ ଲୋକ ହସ୍ପିଟାଲ ଆସି ପାରିଲେ ନାହିଁ। ଯଦ୍ବାରା ପରୀକ୍ଷା ହାର କମିଛି। ପୂର୍ବବର୍ଷ ଗୁଡିକରେ ନମୁନା ପରୀକ୍ଷା ଶତପ୍ରତିଶତ ଥିବାରୁ ଲକ୍ଷ୍ୟ ପୂରଣ ହୋଇ ପାରିଛି।

 

01/12/2020

Leave a Reply

Your email address will not be published. Required fields are marked *

Comments