Bikash Khabar
ଅଯୋଧ୍ୟା ଶୁଣାଣି: ଆଜି ରାଜସ୍ଥାନର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

  ଦେଶର ସବୁଠୁ ପୁରୁଣା ମାମଲା ମଧ୍ୟରୁ ଅନ୍ୟତମ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବାକୁ ଯାଇ ରାଜସ୍ଥାନ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଭରତପୁରରେ ଆସନ୍ତାକାଲି ସକାଳ ୬ଟା ଯାଏ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି।ରାୟ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି। ଏହି ରାୟ କାହାରି ବିଜୟ କିମ୍ୱା ପରାଜୟ ନୁହେଁ ବୋଲି ଟୁଇଟ୍ କରି ସେ କହିଛନ୍ତି। ରାମ ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାଶ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ସମ୍ମାନ ଜଣାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ କରିଛନ୍ତି।ଏହା ସହିତ ଜଷ୍ଟିସ୍ଗୋଗୋଇଙ୍କ ସୁରକ୍ଷା ଜେଡ୍କାଟାଗୋରୀକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶ ଏବଂ ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ୧୪୪ ଜାରି କରାଯାଇଛି। ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବେଙ୍ଗାଲୁରୁ ଏବଂ ଅନ୍ୟ କିଛି ସହରରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେହିଭଳି ଜମ୍ମୁରେ ମଧ୍ୟ ୧୦ଟି ଜିଲ୍ଲାରେ ୧୪୪ ଜାରି କରାଯାଇଛି। ସରକାରୀ ସ୍କୁଲ ଏବଂ କଲେଜ୍ଶନିବାର ବନ୍ଦ ରହିବ।ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍କରିଛନ୍ତି। ସେ ଏଥିରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ମୁଁ ମୋ ଦେଶବାସୀଙ୍କୁ ଆହ୍ୱାନ କରୁଛି, ଅଯୋଧ୍ୟା ରାୟ ପରେ ଶାନ୍ତି ଏବଂ ଭାଇଚାରାର ପରମ୍ପରାକୁ ଆମେ ଅକ୍ଷୁର୍ଣ୍ଣ ରଖିବା। ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଭାଇଚାରାର ବାତାବରଣ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରାୟ ଆସିବା ପରେ ଆମେ ସଦ୍ଭାବ କାଏମ ରଖିବା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କହିଛନ୍ତି, ଗୁଜବକୁ ଗୁରୁତ୍ୱ ନଦେଇ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା।

09/11/2019

Leave a Reply

Your email address will not be published. Required fields are marked *

Comments