Bikash Khabar
ଗହଣା ବନ୍ଧା ପକାଇ କିଣିଥିଲେ ପ୍ରଥମ ଗାଈ, ଆଜି ନିଜ ଡାଏରୀ ଫାର୍ମରେ ୧୮ ଜଣଙ୍କୁ ଦେଇଛନ୍ତି ଚାକିରୀ

କୋରାପୁଟ ଜିଲା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ନମିତା ପାଟ୍ଟଯୋଶୀ। କୋରାପୁଟ  ଜାନିଗୁଡାଠାରେ ଥିବା କାଞ୍ଚନ ଡାଏରି ମାଲିକାଣୀ ହେଉଛନ୍ତି ସେ କାଞ୍ଚନ ଡାଏରି ମାଧ୍ୟମରେ ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କୁ ବି ସେ ସ୍ଵାବଲମ୍ବୀ ହେବାର ବାଟ ଦେଖାଇଛନ୍ତି ତାଙ୍କ ଡାଏରି ଫାର୍ମରେ ବର୍ତ୍ତମାନ ୧୪ ଜଣ ମହିଳା ୪ଜଣ ପୁରୁଷ,ଏମିତି ମୋଟ ୧୮ଜଣ ନିୟୋଜିତ ହୋଇଛନ୍ତି ସେମାନେ ମାସକୁ ହଜାରରୁ ହଜାର ଟଙ୍କା ଯାଏ ଦରମା ପାଉଛନ୍ତି ତେବେ ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ଖ୍ୟାତି ପାଇବା ପୂର୍ବରୁ ସେ ଥିଲେ ଜଣେ ସାଧାରଣ ଗୃହିଣୀ ହେଲେ କିଛି କାମ କରି ଘରର ରୋଜଗାର ବଢାଇବା ସହିତ ସନ୍ତାନଙ୍କୁ ଶୁଦ୍ଧ କ୍ଷୀର ଦେବା ପାଇଁ ୧୯୯୫ ମସିହାରେ ସେ ସ୍ଵାମୀ ନିରଞ୍ଜନ ପାଢୀଙ୍କ ଅନିଚ୍ଛା ସତ୍ତ୍ୱେ ନିଜର ଗହଣା ବନ୍ଧକ ରଖି ୫୪୦୦ଟଙ୍କା ଦେଇ ଏକ ଦୁଧିଆଳି ଗାଈ କିଣିଥିଲେ ପିଲାମାନଙ୍କ ଆବଶ୍ୟକତା ମେଣ୍ଟିବା ପରେ ବଳକା କ୍ଷୀରକୁ ସେ ବିକ୍ରି କରିଦେଲେ ଏମିତିରେ ସେ ମାସକୁ ପ୍ରାୟ ୨୦୦ଟଙ୍କା ରୋଜଗାର କଲେ ପରେ ଏହି ବ୍ୟବସାୟକୁ ସେ ବଢାଇବାକୁ ଚାହିଁଲେ   ବ୍ୟାଙ୍କରୁ ହଜାର ଟଙ୍କାର ବ୍ୟକ୍ତିଗତ ଋଣ ନେଇ ଏକ ଜର୍ସି ଗାଈ କିଣିଲେ ନିଷ୍ଠାର ସହ ଗାଈର ଯତ୍ନ ନେଲେ ଆଉ ଲିଟର ପିଛା ୧୦ଟଙ୍କାରେ ଶୁଦ୍ଧ କ୍ଷୀର ବିକ୍ରି କଲେ କ୍ରମେ ସେ ଗ୍ରହକମାନଙ୍କର ବିଶ୍ଵାସ ଭାଜନ ହେବା ସହ ମାସିକ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିଲେ ସେବେଠାରୁ ପାଟ୍ଟଯୋଶୀ ଏହି ଗୋପାଳକୁ ଏକ ଉଦ୍ୟୋଗ ଭାବରେ ଗ୍ରହଣ କରିଛନ୍ତି ସେଥିରେ  ସେ ଆଗେଇ ଚାଲିଛନ୍ତି ଆଉ ପଛକୁ ଚାହିଁନାହାନ୍ତି ବର୍ତ୍ତମାନ ତାଙ୍କ ଡାଏରୀରେ ୧୦୪ଟି ଦୁଧିଆଳି ଅଛି ଦୈନିକ ୩୫୦ ଲିଟର କ୍ଷୀର ଉତ୍ପାଦନ ହେଉଛି ଆଉ ଲିଟର ପିଛା ୪୫ଟଙ୍କାରେ ବିକ୍ରି ହେଉଛି ଫଳରେ ଆଜି ସେ ନିଜର ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇ ପାରିଛନ୍ତି

18/11/2020

Leave a Reply

Your email address will not be published. Required fields are marked *

Comments