Bikash Khabar
ଟୋକିଓ ସବୁଠୁସୁରକ୍ଷିତ ମହାନଗରୀ, ମୁମ୍ବଇ ୩୭ ଓ ଦିଲ୍ଲୀ ୪୧ ସ୍ଥାନରେ

ଜାପାନ ରାଜଧାନୀ ଟୋକିଓ ବିଶ୍ବର ସବୁଠୁ ନିରାପଦ ମହାନଗରୀ। ଏହି ତାଲିକାରେ ଭାରତର ରାଜଧାନୀ ଦିଲ୍ଲୀକୁ ୪୧ ବାଣିଜ୍ୟ ନଗରୀ ମୁମ୍ବଇକୁ ୩୭ତମ ସ୍ଥାନ ମିଳିଛି। ଯୋଗାଯୋଗ, ସୁରକ୍ଷା, ଗୋପନୀୟତା ଭଳି କ୍ଷେତ୍ରକୁ ନେଇ ସାମଗ୍ରିକ ଭାବେ ଏହି ଦୁଇ ମହାନଗରୀକୁ ଯଥାକ୍ରମେ ୫୨ ୪୫ତମ ସ୍ଥାନ ମିଳିଛି। ବ୍ୟକ୍ତିଗତ ସୁରକ୍ଷା ଆଧାରରେ ଏଠାରେ ଅନୁଷ୍ଠିତ ସୁରକ୍ଷିତ ମହାନଗରୀ ସମ୍ମିଳନୀରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ପାଞ୍ଚ ମହାଦେଶର ଅନ୍ତର୍ଗତ ମୋଟ ୬୦ଟି ମହାନଗରୀକୁ ସ୍ଥାନ ମିଳିଛି। ଏହାର ଶ୍ରେଷ୍ଠ ୧୦ ସ୍ଥାନ ମଧ୍ୟ​େ​ ଏସୀୟ ପ୍ରଶାନ୍ତ ମହାସାରୀୟ ଅଞ୍ଚଳର ୬ଟି ମହାନଗରୀ ସ୍ଥାନ ପାଇଛି। ଟୋକିଓ ପଛକୁ ଯଥାକ୍ରମେ ସିଙ୍ଗାପୁର, ଓସାକା ଭଳି ମହାନଗରୀ ରହିଛି। ଅନ୍ୟ ମହାନଗରୀ ମଧ୍ୟରେ ଟରଣ୍ଟୋ, ମେଲବର୍ଣ୍ଣ, ଆମଷ୍ଟରଡମ, ସିଡ୍ନି ଷ୍ଟକ୍ହୋମ୍ଇତ୍ୟାଦି ଏହି ତାଲିକାରେ ସ୍ଥାନ ପାଇଛି; ତେବେ ଟୋକିଓ ବର୍ଷ ବର୍ଷ ଧରି ତାଲିକାରେ ଶ୍ରେଷ୍ଠସ୍ଥାନ ବଜାୟ ରଖିଆସିଛି

 

17/09/2019

Leave a Reply

Your email address will not be published. Required fields are marked *

Comments