Bikash Khabar
ମୁହଁମାଡ଼ି ପଡ଼ିଛି ପର୍ଯ୍ୟଟନ ଶିଳ୍ପ

 ପୁରୀ ଜିଲାର ପର୍ଯ୍ୟଟନ ସ୍ଥଳ ହେଉ କି ବେଳାଭୂମି ସବୁଠି ଏବେ ଛାଇଯାଇଛି ନିର୍ଜନତା। କୌଣସି ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁି କି ଶୁଣାଯାଉନି କୋଳାହଳ। ପୁରୀ ହୋଟେଲଗୁଡ଼ିକରେ ସତେଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ। ପ୍ରଥମେ ପୁରୀ ପର୍ଯ୍ୟଟନ ଶିଳ୍ପର ଅଣ୍ଟା ଭାଙ୍ଗି ଦେଇଥିଲା ବାତ୍ୟା ଫନୀ। ଏଥିରୁ ମୁକୁଳିବାକୁ ଚେଷ୍ଟା ଚାଲିଥିବା ବେଳେ ହଠାତ୍ମହାମାରୀ କରୋନା ଦେଇଛି ଶକ୍ତ ପ୍ରହାର। ଫଳରେ ମୁହଁ ମାଡ଼ିପଡିଛି ପୁରୀ ପର୍ଯ୍ୟଟନ ଶିଳ୍ପ। ସ୍ଥିତିରେ କେବେ ସୁଧାର ଆସିବ ତାହାର କୌଣସି ଠିକ୍ଠିକଣା ଥିବାବେଳେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନେ ଦେବାଳିଆ ହୋଇପଡ଼ିିଲେଣି ପୁରୀ ଜିଲାରେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, କାକଟପୁର ମା' ମଙ୍ଗଳା ମନ୍ଦିର, ଅଲାରନାଥ, ବାଲିହରଚଣ୍ଡୀ, ରାମଚଣ୍ଡୀ, ଚଉରାଶିର ବରାହୀ ମନ୍ଦିର, ଚିଲିକା, ସାତପଡ଼ା, ଜାହାନିଅଁା, ପୁରୀ ବେଳାଭୂମି, ରଘୁରାଜପୁର, କୁରୁମ ବୌଦ୍ଧପୀଠ ପ୍ରଭୃତି ଦର୍ଶନୀୟ ସ୍ଥାନ ରହିଛି। ଏସବୁ ସ୍ଥାନକୁ ବର୍ଷତମାମ୍ ଯାତ୍ରୀ, ପର୍ଯ୍ୟଟକ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଆସିଥାନ୍ତି। ଫଳରେ ଶହ ଶହ ଗାଡ଼ି ମାଲିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ଉପକୃତ ହୋଇଥାନ୍ତି। ପର୍ଯ୍ୟଟନ ଶିଳ୍ପ ଉପରେ ଜିଲାର ଅନେକ ଲୋକ ନିର୍ଭରଶୀଳ। ହେଲେ କରୋନା ପାଇଁ ମାସ ହେବ ସମସ୍ତେ ଏକପ୍ରକାର ହାତବାନ୍ଧି ବସିଛନ୍ତି ଗତବର୍ଷ ମେ ୩ରେ ବାତ୍ୟା ଫନୀ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଛିନ୍ଛତ୍ର କରିଦେଇଥିଲା। ହୋଟେଲ ଶିଳ୍ପକୁ ଉଜାଡ଼ି ଦେଇଥିଲା। କୋଟି କୋଟି ଟଙ୍କା କ୍ଷତି ସହିଥିଲେ ହୋଟେଲ ମାଲିକ। ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଅଂଶ ହେଉଛି ହୋଟେଲ। ପୁରୀ ସହରରେ ପ୍ରାୟ ,୦୦୦ ଛୋଟ ବଡ଼ ହୋଟେଲ ରହିଛି। ତେବେ କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ହୋଟେଲଗୁଡ଼ିକ ବନ୍ଦ ରହିଥିଲା। ଜୁନ୍୮ରୁ ସର୍ତ୍ତମୂଳକ ଅନୁମତି ପରେ ହୋଟେଲ ଖୋଲିଛି। ମାତ୍ର ପର୍ଯ୍ୟଟକ ଆସୁନାହାନ୍ତି। କରୋନାର ଭୟାବହତାକୁ ଦେଖି ବାହାର ଲୋକଙ୍କୁ ଜିଲା ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଫନୀ ପରେ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ବେଳେ କରୋନା ସମସ୍ତ ଆଶାକୁ ଧଳିସାତ୍ କରିଛି। ସବୁ ଧର୍ମସ୍ଥଳୀକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଥିବାବେଳେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଫଳରେ ପୁରୀ ପର୍ଯ୍ୟଟନ ଶିଳ୍ପ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ପର୍ଯ୍ୟଟକଙ୍କୁ ଭିତ୍ତିକରି ଚଳୁଥିବା ଛୋଟ ବଡ ବ୍ୟବସାୟୀ ଚିନ୍ତାରେ ପଡ଼ିିଛନ୍ତି। କେବେ କରୋନାର ଭୟାବହତା କମିବ ଏବଂ ପର୍ଯ୍ୟଟନ ଶିଳ୍ପ ଅଣ୍ଟା ସଳଖିବ ତାହା ଏବେ ବଡ ପ୍ରଶ୍ନ ହୋଇଛି।

13/07/2020

Leave a Reply

Your email address will not be published. Required fields are marked *

Comments