Bikash Khabar
୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର

 ପର୍ଯ୍ୟଟନ ଶିଳ୍ପରେ ହେଉଥିବା ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ଉଭୟ ଦେଶୀୟ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ୨୦୧୬-୧୭ରେ ଓଡ଼ିଶାକୁ ,୩୧,୯୦,୨୨୪ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୭-୧୮ରେ ,୪୩,୬୪,୫୪୧ ଏବଂ ୨୦୧୮-୧୯ରେ ,୫୬,୨୩,୨୫୦ ପର୍ଯ୍ୟଟକ ଆସିଥିଲେ। ଏହି ସଂଖ୍ୟାକୁ ବୃଦ୍ଧିକରି ୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷରେ ପହଞ୍ଚାଇବା ସହ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଟୁରିଷ୍ଟ୍ଡେଷ୍ଟିନେଶନରେ ପରିଣତ କରିବାକୁ ଟାର୍ଗେଟ ରଖାଯାଇଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ସେହିଭଳି ଆଗାମୀ ବର୍ଷରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମଧ୍ୟ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଓଡ଼ିଶାର ୧୦ଟି ପ୍ରମୁଖ ସୋର୍ସ ମାର୍କେଟ ତଥା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଜାପାନ, ଚାଇନା, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଇଟାଲୀ, ମାଲେସିଆ ଏବଂ ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟରେ ରଖାଯାଇଥିବା ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ କହିଛନ୍ତି।

କେବଳ ପର୍ଯ୍ୟଟକ ଆଗମନ ନୁହେଁ, ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଆତିଥ୍ୟ, ପର୍ଯ୍ୟଟନ ପରିଭ୍ରମଣ ଭଳି ବିଭିନ୍ନ କ୍ଷେତ୍ରରେ ବିପୁଳ ମାନବସମ୍ବଳ ନିଯୁକ୍ତ ହେବାର ସମ୍ଭାବନା ରହିଛି। ୨୦୧୬ରୁ ୨୦୧୯ ଆର୍ଥିକବର୍ଷ ମଧ୍ୟରେ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ୪୪୧୨ଜଣଙ୍କୁ ନିଯୁକ୍ତି ଦିଆଯାଇଛି। କେପିଏମ୍ଜି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଡେଭଲପ୍ମେଣ୍ଟ ପ୍ଲାନ୍୨୦୨୫ରେ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତ୍ୟକ୍ଷଭାବେ ୯୨,୦୦୦ ଏବଂ ପରୋକ୍ଷଭାବେ ,୭୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

21/01/2020

Leave a Reply

Your email address will not be published. Required fields are marked *

Comments