Bikash Khabar
ପର୍ଯ୍ୟଟକଙ୍କୁ ମିଳିବ ହୋମ୍‌ ଷ୍ଟେ ସୁବିଧା

ଓଡ଼ିଶାର ପ୍ରାକୃତିକ ପରିବେଶରେ ରହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆଗ୍ରହୀ। ଏଣିକି ଇକୋ ଟୁରିଜିମ୍କିମ୍ବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ଯେଉଁଠି କି ହୋଟେଲ ସୁବିଧା ନାହିଁ ସେଠାରେ ପର୍ଯ୍ୟଟକମାନଙ୍କୁ ଗାଁ ପରିବେଶରେ ରହିବା ପାଇଁ ସୁବିଧା ମିଳିବ। ଖାଲିସେତିକି ନୁହେଁ, ପର୍ଯ୍ୟଟନସ୍ଥଳୀ ଆଖପାଖ ଅଞ୍ଚଳରେ ଥିବା ସ୍ଥାନୀୟବାସିନ୍ଦାଙ୍କ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟକମାନଙ୍କୁ ହୋମ୍ଷ୍ଟେ ସୁବିଧା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ ଆସନ୍ତା ଆର୍ଥିକ ବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୨୦୨୧-୨୨ ବର୍ଷରୁ ଆସନ୍ତା ୧୦ ବର୍ଷ ପାଇଁ ସରକାର ପର୍ଯ୍ୟଟନ ସ୍ଥଳୀ ଅଞ୍ଚଳରେ ହୋମ୍ଷ୍ଟେ ସୁବିଧା ଯୋଗାଇଦେଉଥିବା ଘରମାଲିକମାନଙ୍କୁ ପ୍ରଶିକ୍ଷଣ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି। ସୋମବାର ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ ଦେବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ରତ୍ନଗିରି-ଉଦୟଗିରି-ଲଳିତଗିରିର ହୀରକ ତ୍ରିଭୁଜ ବୌଦ୍ଧ ସର୍କିଟ୍, କୋରାପୁଟର ଅନକାଡେଲ୍ଲି, ଖୋଲ, ଗୁପ୍ତି, ଡାଙ୍ଗମାଳ, କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ, କନ୍ଧମାଳର ଦାରିଙ୍ଗିବାଡ଼ି ବେଲଘର, ମୟୂରଭଞ୍ଜର ଶିମିଳିପାଳ ପିଠାବଟ, ଅନୁଗୁଳର ଟିକରପଡ଼ା ସାତକୋଶିଆ, ଖୋର୍ଦ୍ଧାର ମଙ୍ଗଳାଯୋଡ଼ି ଚିଲିକା, ବରଗଡ଼ ଜିଲ୍ଲାର ଧୋଦ୍ରୁକୁସୁମ ଏବଂ ସମ୍ବଲପୁର ଜିଲ୍ଲା ହୀରାକୁଦର ଜିରୋ ପଏଣ୍ଟ୍କୁ ଚିହ୍ନଟ କରାଯାଇଛି। ଏହିସବୁ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପ୍ରାୟ ୮୦ଟି ହୋମ୍ଷ୍ଟେ ବ୍ୟବସ୍ଥା ପାଇଁ ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇଦେବେ। ହୋମ୍ଷ୍ଟେ ବ୍ୟବସ୍ଥା ଯୋଗାଇବାକୁ ଥିବା ଘର ମାଲିକ ପର୍ଯ୍ୟଟକମାନଙ୍କ ପାଇଁ ଗୋଟିଏ ବଖରାରୁ ୬ଟି ବଖରା ଭଡ଼ା ଦେଇପାରିବେ।

17/11/2020

Leave a Reply

Your email address will not be published. Required fields are marked *

Comments