Bikash Khabar
ଦାଦନ ସମସ୍ୟାକୁ ରୋକିବ ଲୋକକଳା

 ରାଜ୍ୟରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଲୋକକଳାର ସାହାଯ୍ୟ ନିଆଯିବ। ଲୋକକଳା ପରିବେଷଣ ମାଧ୍ୟମରେ ଲୋକଙ୍କୁ ଦାଦନ ସମସ୍ୟାର ଭୟାବହତା ଏବଂ ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ନୂଆପଡ଼ା କଳାହାଣ୍ଡି ଭଳି ୪ଟି ଜିଲାରେ ଏହି କାର୍ଯ୍ୟକ୍ରମ କରାଯିବ। ଜିଲାର ପ୍ରତ୍ୟେକ ଗ୍ରାମରେ ସ୍ଥାନୀୟ ଲୋକକଳା କଳାକାରମାନଙ୍କ ଦ୍ୱାରା ନୃତ୍ୟ, ଗୀତ ନାଟକ ମାଧ୍ୟମରେ ଦାଦନ ସମସ୍ୟା ରୋକିବା ଲାଗି ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ସମ୍ପୃକ୍ତ ଜିଲାର ବ୍ଲକ୍କଳା ସଂସ୍କୃତି ସଂଘ (ବିକେଏସ୍ଏସ୍‌) ଏବଂ ଜିଲା କଳା ସଂସ୍କୃତି ସଂଘ (ଜେଡ୍କେଏସ୍ଏସ୍‌) ସାମିଲ ହେବେ। ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଶୁକ୍ରବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ପଞ୍ଚାୟତିରାଜ, ପାନୀୟଜଳ ଏବଂ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୟୁନିସେଫ୍ସହାୟତାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଆଭିମୁଖ୍ୟକରଣ ତିନିଦିନିଆ ତାଲିମ୍କର୍ମଶାଳାକୁ ପଞ୍ଚାୟତିରାଜ ପାନୀୟଜଳ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଉଦ୍ଘାଟନ କରିଥିଲେ। ଦାଦନ ରୋକିବାକୁ କିଭଳି ଲୋକକଳାକୁ ବ୍ୟବହାର କରାଯିବ ଏବଂ କଳାକାରଙ୍କୁ ନିୟୋଜିତ କରାଯିବ ସେନେଇ ଏଥିରେ ଆଲୋଚନା ହୋଇଥିଲା। ବିକେଏସ୍ଏସ୍ଏବଂ ଜେଡ୍କେଏସ୍ଏସ୍ ଉପସଭାପତି, ବିଶିଷ୍ଟ ବରିଷ୍ଠ ଗୁରୁ, ବଛା ବଛା କଳାକାରମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଜନାର ରୂପରେଖ ତା ସଫଳ ରୂପାୟନ ଲାଗି ସମସ୍ତ ପ୍ରକାରର ତାଲିକା ପ୍ରସ୍ତୁତ କରାଯିବ। କେଉଁ କେଉଁ ସ୍ଥାନରେ, କେଉଁ ଦିନ କାର୍ଯ୍ୟକ୍ରମ ହେବ ଏବଂ କେଉଁ ଦଳ ଏହାକୁ ପରିବେଷଣ କରିବେ ତାହାର ସମ୍ପୂର୍ଣ୍ଣ ତାଲିକା କରାଯିବ। ଏହାପରେ ସ୍କ୍ରିପ୍ଟ ଲେଖାଯାଇ ଉକ୍ତ ଦଳଗୁଡ଼ିକୁ ଦିଆଯିବ। ସ୍କ୍ରିପ୍ଟ ଲେଖିବା ସମୟରେ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନିୟମାବଳୀ ସମ୍ପର୍କରେ ଧ୍ୟାନ ଦେବାକୁ କୁହାଯାଇଛି। ସ୍କ୍ରିପ୍ଟ ସହ ଅଭ୍ୟାସ କରିବା ପରେ କଳାକାରମାନେ ଗଁା ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବେ।

16/11/2019

Leave a Reply

Your email address will not be published. Required fields are marked *

Comments