Bikash Khabar
କାମରେ ନିୟୋଜିତ ଥିବା ବେଳେ ଟ୍ରାଫିକ୍‌ କର୍ମଚାରୀଙ୍କୁ ମୋବାଇଲ୍ ମନା

ଡ୍ୟୁଟିରେ ଥାଇ ବସି ମୋବାଇଲ ଫୋନ୍ରେ ଖେଳୁଛନ୍ତି ଟ୍ରାଫିକ୍କର୍ମଚାରୀ। କେହି କେହି ସୋସିଆଲ ମିଡିଆରେ ମାତିଥିବା ବେଳେ କେହି କେହି ଗପ କରୁଛନ୍ତି। ଫଳରେ ଟ୍ରାଫିକ୍ପରିଚାଳନା ବିଶୃଙ୍ଖଳିତ ହେଉଛି। ଏଭଳି ଖବର ପ୍ରକାଶ ପାଇବା ପରେ କମିସନରେଟ୍ପୁଲସ ପକ୍ଷରୁ ବାସ୍ତବତା ଯାଞ୍ଚ କରାଯାଇଥିଲା। ଖବରର ସତ୍ୟାସତ୍ୟ ପ୍ରମାଣିତ ହେବା ପରେ ଏକ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଡ୍ୟୁଟିରେ ଥାଇ କୌଣସି ଟ୍ରାଫିକ୍କର୍ମଚାରୀ ମୋବାଇଲ ଫୋନ୍ବ୍ୟବହାର କରିପାରିବେ ନାହିଁ। ଟ୍ରାଫିକ୍ଡିସିପି ସାଗରିକା ନାଥ ଏହି ନିର୍ଦ୍ଦେଶନାମା ଜାରି କରିବା ପରେ ତନାଘନା ହୋଇଛି। ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଭିଏଚ୍ଏଫ୍ଜରିଆରେ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏହି ଆଦେଶ ନୂଆ ନୁହେଁ। ଗତ ବର୍ଷ ଅକ୍ଟୋବର ମାସରେ ଟ୍ରାଫିକ୍ଡିସିପି ଏଭଳି ଆଦେଶ କରିଥିଲେ। ଏହି ଆଦେଶର ମାସେ ପରେ ଅର୍ଥାତ୍ନଭେମ୍ବର ମାସରେ ପୁଲିସ କମିସନର ଏଭଳି ଆଦେଶ କରିଥିଲେ। ହେଲେ ଦୁଇଦୁଇଟି ଆଦେଶ ପାଣି ଫୋଟକା ପରି ମିଳେଇ ଯାଇଥିଲା। କୌଣସି ଏକମାତ୍ର ପୋଷ୍ଟରେ ଏହି ଆଦେଶ ପାଳନ ହେଉଥିବା ପରିଲକ୍ଷିତ ହୋଇନଥିଲା। କିଏ ଗଛମୂଳେ, କିଏ ଛାଇତଳେ ଛିଡ଼ା ହୋଇ ମୋବାଇଲରେ ହଜି ଯାଇଥିଲା। ପ୍ରତି ଛକରେ ଏଭଳି ଦୃଶ୍ୟ ଦେଖା ଯାଇଥିଲା। କର୍ତ୍ତୃପକ୍ଷ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ବସି ଯାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନେଇ ଥିଲେ। ଏବେ ମାସ ମଧ୍ୟରେ ତୃତୀୟ ଥର ଏଭଳି ଆଦେଶ ହୋଇଛି। କୌଣସି ପରିସ୍ଥିତିରେ ଡ୍ୟୁଟିରେ ଥାଇ ଟ୍ରାଫିକ୍କର୍ମଚାରୀ ମୋବାଇଲ ଫୋନ୍ବ୍ୟବହାର କରିପାରିବେ ନାହିଁ। ଡ୍ୟୁଟିକୁ ଯିବା ବେଳେ ମୋବାଇଲ ନେବେ ନାହିଁ। ଯଦି କେହି ମୋବାଇଲ ବ୍ୟବହାର କରୁଥିବା ଦେଖାଯିବ ତେବେ ବିଭାଗ ଏହାକୁ ଗୁରୁତ୍ବର ସହ ନେବ ବୋଲି ସ୍ପଷ୍ଟ କରାଯାଇଛି।

29/05/2020

Leave a Reply

Your email address will not be published. Required fields are marked *

Comments