Bikash Khabar
ତିନି ତଲାକ ବିଲ ସମାଜରେ ଆଣିବ ଲିଙ୍ଗଗତ ସମାନତା

ସଂସଦର ଉଭୟ ଗୃହରେ ମୁସଲିମ ମହିଳା(ବିବାହ ଅଧିକାର ସୁରକ୍ଷା) ବିଲ - ୨୦୧୯ ଅର୍ଥାତ ତିନି ତଲାକ୍ବିଲ୍ଗୃହୀତ ହୋଇଛି। ପୂର୍ବରୁ ଏହି ବିଲ୍ଲୋକସଭାରେ ପାରିତ ହୋଇଥିଲା। ମଙ୍ଗଳବାର ଏହା ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ୍କୁ ସମର୍ଥନ କରିଥିବା ସମସ୍ତ ରାଜନୈତିକ ଦଳ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ଏହି ମୂହୁର୍ତ୍ତର ଆହ୍ୱାନକୁ ସ୍ୱୀକାର କରିଛନ୍ତି ସେମାନଙ୍କ ଏହି ପଦକ୍ଷେପ ଭାରତର ଇତିହାସରେ ସ୍ମରଣୀୟ ହୋଇ ରହିବ ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଏକ ସ୍ୱେଚ୍ଛାଚାରୀ ମଧ୍ୟଯୁଗୀୟ ପ୍ରଥା ଶେଷରେ ଇତିହାସର ଆବର୍ଜନା କୁଣ୍ଡରେ ପଡିଛି। ସଂସଦ ତିନି ତଲାକକୁ ଉଚ୍ଛେଦ କରି ମୁସଲିମ ମହିଳାଙ୍କ ପ୍ରତି ହୋଇଥିବା ଐତିହାସିକ ଭୁଲର ସଂଶୋଧନ କରିପାରିଛି। ଏହା ଲିଙ୍ଗଗତ ନ୍ୟାୟର ବିଜୟ। ଏହା ସମାଜରେ ଅଧିକ ସମାନତା ଆଣିବ। ଭାରତ ଆଜି ଆନନ୍ଦିତ" ସେ ନିଜର  ଟ୍ୱିଟରେ  କରିଛନ୍ତି ଯେ, "ତିନି ତଲାକର ପ୍ରଚଳନ କାରଣରୁ ହୋଇଥିବା ମହାନ ଭୁଲ ଦ୍ୱାରା ପୀଡିତ ମୁସଲିମ ମହିଳାଙ୍କ ଅଦମ୍ୟ ସାହସକୁ ଅଭିବାଦନ ଜଣାଇବାର ଏହା ହେଉଛି ଏକ ମୂହୁର୍ତ୍ତ। ତିନି ତଲାକର ଉଚ୍ଛେଦ ମହିଳା ସଶକ୍ତୀକରଣରେ ସହାୟକ ହେବ ସେମାନଙ୍କୁ ଆମ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବ"ବୋଲି ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ ରେ ସୂଚିତ କରିଛନ୍ତି

31/07/2019

Leave a Reply

Your email address will not be published. Required fields are marked *

Comments