Bikash Khabar
ଗଂଜେଇ ଚାଷ ଛାଡି ହଳଦୀ ଚାଷରୁ ଜୀବିକା ର ବାଟ ପାଇଛନ୍ତି ବିଛିନ୍ନାଂଚଳ ର ଆଦିବାସୀ

 ଗୁରୁପ୍ରିୟା ସେତୁ ବଦଳାଇ ଦେଇଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଚିତ୍ର ଦିନେ ବିଚ୍ଛିନ୍ନାଞ୍ଚଳରେ ଗଞ୍ଜେଇ ଚାଷ କରୁଥିବା ଆଦିବାସୀ ଏବେ ନିଜ ଜମିରେ ହଳଦୀ ଫସଲ କରି ସ୍ବାବଲମ୍ବୀ ହେ।ଇଛନ୍ତି ଗଞ୍ଜେଇ ମାଫିଆରୁ ସେମାନେ ପାଲଟି ଯାଇଛନ୍ତି ଜଣେ ଜଣେ  ଆଦର୍ଶ ହଳଦୀ ଚାଷୀ ଦିନେ ଯେଉଁଠି ସବୁଜ ଜହର ଭର୍ତ୍ତି ଥିଲା ଆଜି ସେଇଠି ଫଳିଛି ହଳଦୀ ଫସଲ ଗଞ୍ଜେଇ ମାଫିଆରୁ ସଫଳ ହଳଦୀ ଚାଷୀ ପାଲଟିଛନ୍ତି ଆଦିବାସୀ ଲେ।କ ଆମେ କହୁଛୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀଙ୍କ କଥା ଦୀର୍ଘ ଦଶନ୍ଧି ଧରି ଜଳ ବନ୍ଦି ଜୀବନ କଟାଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ବରଦାନ ସଦୃଶ ହେ।ଇଛି ଗୁରୁପ୍ରିୟା ସେତୁ ମାଓବାଦୀଙ୍କ ଭୟରେ ଗଞ୍ଜଇ ଚାଷ କରି ଜୀବୀକି ନିର୍ବାହ କରୁଥିବା ଲେ।କଙ୍କ ଭାଗ୍ୟ ବଦଳାଇଛି ଗୁରୁପ୍ରିୟା ସେତୁ ସ୍ବାଭିମାନ ଅଞ୍ଚଳ ହେବା ପରେ ଏହି ମାଟିର ମଣିଷ ପାଲଟିଛି ସ୍ବାଭିମାନୀ ହୋଇଛନ୍ତି ବେଆଇନ ଗଞ୍ଜେଇ ଚାଷକୁ ଛାଡି ଏବେ ନିଜ ଜମିରେ ହଳଦି ଫସଲ କରିଛନ୍ତି ଯାହା ସେମାନଙ୍କୁ ସମାଜରେ ମୁଣ୍ଡ ଟେକି ବଞ୍ଚିବାର ରାସ୍ତା ଦେଖାଇଛି ବାଲିମେଳା ଜଳ ଭଣ୍ଡାର ଭିତରେ ଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଶୀତଳ ଜଳ ବାୟୁ ପନି ପରିବା ଫସଲ କରିବା ଲାଗି ବେଶ୍ ଅନୁକୁଳ ହେଲେ ଅଳ୍ପ ଖର୍ଚ୍ଚରେ ଅଧିକା ଲାଭବାନ ହେବା ଆଶାରେ ପୂର୍ବରୁ ଏଠାକାର ବାସିନ୍ଦା ଗଞ୍ଜଇ ଚାଷ କରୁଥିଲେ। ଏମିତି କି ନିଜ ପିଲା ଛୁଆଙ୍କ ଭବିଷ୍ୟତକୁ ଅନ୍ଧକାର ଠେଲି ଦେଉଥିଲେ ପୋଲିସ ଅବକାରି ବିଭାଗ ଦ୍ବାରା ଗିରଫ ହୋଇ ଅନେକ ବର୍ତ୍ତମାନ ଜେଲରେ ହେଲେ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକେ

21/01/2020

Leave a Reply

Your email address will not be published. Required fields are marked *

Comments