Bikash Khabar
ମୋଦିଙ୍କ କ୍ୟାବିନେଟ ରେ ସ୍ଥାନପାଇଲେ ଓଡିଶାରୁ ୨ ,ପଶ୍ଚିମବଙ୍ଗ ରୁ ୨ ମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଅବଧି ସରକାରରେ ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଓଡିଶାରୁ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶ ରୁ ୨୦୧୮ ରେ ରାଜ୍ୟସଭା ସାଂସଦ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଆଯାଇଛି।ସେହିପରି ବାଲେଶ୍ୱର ଲୋକସଭା ସାଂସଦ ଭାବେ ବିଜୟୀ ପ୍ରତାପ ଷଢଙ୍ଗି ଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ଓଡ଼ିଶାରେ ସେଲିବ୍ରେସନ ମାହୋଲ ଦେଖିବାକୁ ମିଳିଛି।ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପାଳି କ୍ୟାବିନେଟ ରେ ସ୍ଥାନ ପାଇଥିବା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଙ୍କୁ ଏଥର ବାଦ ଦିଆଯାଇଛି  ଟିଏମସି ସହିତ କଡା ମୁକାବିଲା କରି ଏଥର ପୁରା ପଶ୍ଚିମବଙ୍ଗ ରୁ ୧୮ ଟି ଆସନ ହାତେଇଛି ବିଜେପି  ବିଜେପି ଏଭଳି ସଫଳତାର ଶ୍ରେୟ ମନ୍ତ୍ରୀମଣ୍ଡଳ ବିସ୍ଥାର ରେ ପ୍ରତିଫଳିତ ହୋଇଛି  ବାବୁଲ ସୁପ୍ରିୟୋ ଙ୍କ ସହିତ ଦେବର୍ଷି ଚାଟାର୍ଜୀ ଙ୍କୁ ମିଳିଛି ମନ୍ତ୍ରୀପଦ ଉତ୍ତରପ୍ରଦେଶ ରେ ସର୍ବାଧିକ ୮ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଏହା ପଛକୁ ମଧ୍ୟପ୍ରଦେଶର ୭ଜଣ, ମହାରାଷ୍ଟ୍ରର ୬ଜଣ ବିହାରର ୫ଜଣ ସଦସ୍ୟ ଅଛନ୍ତି। କର୍ଣ୍ଣାଟକ, ଗୁଜରାଟ ହିରୟାଣାରୁ ୩ଜଣ ଲେଖାଏଁ ଅଛନ୍ତି। ଉତ୍ତରପ୍ରଦେଶ ବାରାଣାସୀ ଲୋକସଭା ଆସନରୁ ଜିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି

31/05/2019

Leave a Reply

Your email address will not be published. Required fields are marked *

Comments