Bikash Khabar
ଓଡ଼ିଶାର ଦୁଇ ଶିକ୍ଷକ ଙ୍କୁ ମିଳିଲା ଜାତୀୟ ସମ୍ମାନ

ଗୁରୁ ଦିବସ ଅବସରରେ ଶିକ୍ଷକ ବସନ୍ତ କୁମାର ସାହୁ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଖୋର୍ଦ୍ଧା ଦୃଷ୍ଟିବାଧିତ ଭୀମଭୋଇ ବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ତାପସ କୁମାର ମହାନ୍ତି। ଏହାସହ ଦେଶର ୪୭ ଜଣ ଶିକ୍ଷକଙ୍କୁ ଭିଡିଓ କନ୍ଫରେସିଂରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନୀତ କରିଛନ୍ତି। ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମସ୍ତ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଛି ଶିକ୍ଷକ ବସନ୍ତ କୁମାର ସାହୁ କଣ୍ଢେଇ ମାଧ୍ୟମରେ ଶିକ୍ଷାଦାନ କରି ପ୍ରଶଂସା ସାଉଁଟିଥିବା ବେଳେ ତାପସ ପ୍ରଧାନ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ଶିକ୍ଷା ଉପକରଣ ତିଆରି କରି ଖ୍ୟାତି ଅର୍ଜନ କରିଛନ୍ତି

05/09/2020

Leave a Reply

Your email address will not be published. Required fields are marked *

Comments