Bikash Khabar
ୟୁଜିସି ର ଯୋଜନା ,ପ୍ରତିଦିନ ଘଣ୍ଟାଏ ବ୍ୟାୟାମ କରିବେ ଶିକ୍ଷକ, ବିଦ୍ୟାର୍ଥୀ

  ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଦେଶର ଉଚ୍ଚଶିକ୍ଷା ସଂସ୍ଥାନମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ସହ ସେମାନଙ୍କ ସ୍ବାସ୍ଥ୍ୟ କିଭଳି ଉତ୍ତମ ରହିବ, ସେ ନେଇ ଏକ ଫିଟନେସ୍ ଯୋଜନା ପ୍ରସ୍ତୁତ କରାଯାଇଛି। ଉଚ୍ଚ ଶିକ୍ଷା ସଂସ୍ଥାନମାନଙ୍କରେ ଏହି ଯୋଜନା ଲାଗୁ କରିବା ପାଇଁ ୟୁଜିସି ଦ୍ବାରା ଦେଶର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ପତ୍ର ଲେଖାଯାଇଛି। ସୂଚନା ଅନୁସାରେ, ୟୁଜିସି ଦ୍ବାରା ପ୍ରସ୍ତୁତ କରାଯାଇଥିବା ନିର୍ଦ୍ଦେଶାବଳୀରେ ସଂସ୍ଥାନ ମାନଙ୍କର ଉଦ୍ଦେଶ୍ୟ, ସ୍ବାସ୍ଥ୍ୟ ସେବା କଲ୍ୟାଣକାରୀ ବିଷୟ ଗୁଡ଼ିକୁ ସାମିଲ କରିବା ପାଇଁ ଉଲ୍ଲେଖ କରାଯାଇଛି। ଏକାଡେମିକ୍ କ୍ୟାଲେଣ୍ଡର ସହିତ ଫିଟ୍ନେସ୍ ସଂକ୍ରାନ୍ତ ଗତିବିଧି ତଥା ସେଗୁଡ଼ିକ ଲାଗୁ କରିବା ପାଇଁ ସମୟ ଧାର୍ଯ୍ୟ କରିବାକୁ କୁହାଯାଇଛି। ପ୍ରତ୍ୟେକ ଛାତ୍ର, ଶିକ୍ଷକ ଅନ୍ୟ କର୍ମଚାରୀମାନେ ପ୍ରତିଦିନ ସଂସ୍ଥାନର ଫିଟ୍ନେସ୍ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଭାଗ ନେବେ। ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡ଼ିବେଯ ସେମାନେ ପ୍ରତିଦିନ ଘଣ୍ଟାଏ ଲେଖାଏଁ ଫିଟନେସ୍ କାର୍ଯ୍ୟକ୍ରମରେ ସାମିଲ ହେବେ। ଯୋଗ, ବ୍ୟାୟାମ, ପ୍ରାର୍ଥନା, ଚଲାବୁଲା, ସାଇକ୍ଲିଂ, ଡ୍ୟାନ୍ସ ଏହି ଫିଟନେସ୍ପ୍ଲାନ୍ରେ ସାମିଲ ହେବ।ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ସଂସ୍ଥାନମାନଙ୍କରେ ହେଲ୍ ଆଇକନ୍ ତଥା ଫିଟ୍ନେସ୍ ସମ୍ପର୍କରେ ଜ୍ଞାନ ଦେବାପାଇଁ ସ୍ବତନ୍ତ୍ର ବକ୍ତାମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ବିଦ୍ୟାର୍ଥୀମାନଙ୍କୁ ଚାପ ଅବସାଦରୁ ମୁକ୍ତି ଦେବା ପାଇଁ କାର୍ଯ୍ୟଶାଳା ଆୟୋଜନ କରାଯିବା ସହିତ ଏହି କାର୍ଯ୍ୟକ୍ରମେର ଛାତ୍ର ଶିକ୍ଷକ ଉଭୟ ଉପସ୍ଥିତ ରହିବା ସମ୍ପର୍କରେ ପରାମର୍ଶ ଦିଆଯାଇଛି। ପରାମର୍ଶ ଅନୁଯାୟୀ, ସଂସ୍ଥାନ ପ୍ରତ୍ୟେକ ବର୍ଷ ଅତିକମ୍ରୁ ଥରେ ଫିଟ୍ନେସ୍ ଶିବିର ଆୟୋଜନ କରିବ। ଏଥିରେ ନିଶ୍ଚିତ ଭାବେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଅନ୍ୟ କର୍ମଚାରୀମାନଙ୍କର ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯିବ। ଏଥିସହିତ, ପ୍ରତ୍ୟେକ ଛାତ୍ରଛାତ୍ରୀ ଶିକ୍ଷକମାନେ ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ ସହିତ ୧୦ ହଜାର ପାଦ ଚାଲିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏବଂ, ଫିଟନେସ୍ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ବିଶ୍ବବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

05/10/2019

Leave a Reply

Your email address will not be published. Required fields are marked *

Comments