Bikash Khabar
ଭୂତଳ ଜଳ ର ସଂଚୟ ହିଁ ଅସଲ ସଂଚୟ

ଭାରତରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ନଦୀ, ହ୍ରଦ ସମୁଦ୍ରର ଜଳ ଦୂଷିତ ହୋଇ ଜୀବଜଗତ ପ୍ରତି ଭୟଙ୍କର ବିପଦକୁ ଆମନ୍ତ୍ରଣ କରୁଛି ଜଳର ଅପବ୍ୟବହାର ଫଳରେ ଭୂତଳ ଜଳରାଶି ହ୍ରାସ ପାଇବାରେ ଲାଗିଛି। ଭାରତର ଅସଲ ବ୍ୟାଙ୍କ ବମ୍ବେର ରିଜର୍ଭ ବ୍ୟାଙ୍କ ନୁହେଁ, ଅସଲ ବ୍ୟାଙ୍କ ଭୂତଳ ଜଳ ବୋଲି ବିଶିଷ୍ଟ ପରିବେଶବିତ୍ତଥା ଜଳପୁରୁଷ ରାଜେନ୍ଦ୍ର ସିଂହ କହିଛନ୍ତି।ସମାଜ ଶତବାର୍ଷିକ ପାଳନ ଅବସରରେ ଲୋକସେବକ ମଣ୍ଡଳ ପକ୍ଷରୁ ବାରବାଟୀ ଷ୍ଟାଡିୟମ ପରିସରସ୍ଥ ସଚିନ୍ତେନ୍ଦୁଲକର ଇଣ୍ଡୋର ହଲ୍ଠାରେ ଚାଲିଥିବା ଦିନିଆ ଜାତୀୟ ଯୁବ ଶିବିରର ଶନିବାର ଦ୍ୱିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଜଳପୁରୁଷ ରାଜେନ୍ଦ୍ର ସିଂହ ଉଦ୍ଘାଟନ କରି କହିଲେ, ସରକାର ପ୍ରତି ଘରକୁ ପାଇପ୍ଜଳ ଯୋଗାଣ ପାଇଁ ଯୋଜନା କରୁଛନ୍ତି। ମାତ୍ର ଏଥିପାଇଁ ବିଶୁଦ୍ଧ ଜଳ କେଉଁଠୁ ଆସିବ ତାହା ଚିନ୍ତାର ବିଷୟ ପାଲଟିଛି। ସହରରେ ଦୈନନ୍ଦିନ ନିର୍ଗତ ହେଉଥିବା ଦୂଷିତ ବ୍ୟବହାର୍ଯ୍ୟ ଜଳ, କଳକାରଖାନାରୁ ବାହାରୁଥିବା ବର୍ଜ୍ୟଜଳ ବିଭିନ୍ନ ନଦୀରେ ମିଶୁଛି। ଏବେ ଅସୁସ୍ଥ ହୋଇଛି ଭାରତର ମାଟି ଜଳ। ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ ଏହାର ପ୍ରତିକାର କରି ଭାରତକୁ ସୁସ୍ଥ ନିର୍ମଳ ରଖିବା ଦରକାର। ଭାରତକୁ ନିର୍ମଳ ରଖିବା ପାଇଁ ନଦୀଗୁଡ଼ିକୁ ନିର୍ମଳ ରଖିବା ଆବଶ୍ୟକ। ଭୂତଳ ଜଳସ୍ତର ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି। ଏବେଠୁ ଜଳ ସଂରକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ବର୍ତ୍ତମାନ ସଭିଏଁ ସଙ୍କଳ୍ପବଦ୍ଧ ହେବା ଯେପରି ଜୀବନରେ କେବେ କୌଣସି ଭଲ ଜଳକୁ ଦୂଷିତ କରିବା ନାହିଁ। ଯୁବପିଢ଼ି ହିଁ ଏହି ଗୁରୁଦାୟିତ୍ୱ ନିର୍ବାହ କରିପାରିବେ ବୋଲି ଜଳପୁରୁଷ ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ

07/10/2019

Leave a Reply

Your email address will not be published. Required fields are marked *

Comments