Bikash Khabar
ମିଳିଲା ୟୁନେସ୍କୋ ପ୍ରମାଣପତ୍ର :ଦୁର୍ବିପାକର ମୁକାବିଲା ପାଇଁ ସଦା ପ୍ରସ୍ତୁତ ଭେଙ୍କଟରାୟପୁର

 ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ତା ବ୍ଲକ୍ ଅନ୍ତର୍ଗତ ଭେଙ୍କଟରାୟପୁର (ବକ୍ସିପଲ୍ଲୀ) ଲୋକମାନେ ସୁନାମି ସର୍ତକତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଦେଶର ପ୍ରଥମ ଗ୍ରାମ ଭାବେ ଆନ୍ତର୍ଜାତିକ ପ୍ରମାଣପତ୍ର ହାସଲ କରିଛନ୍ତି। ସୁନାମି ଭଳି ଦୁର୍ବିପାକର ମୁକାବିଲା ପାଇଁ ଭେଙ୍କଟରାୟପୁର ଗ୍ରାମ ସର୍ବଦା ସଂପୂର୍ଣ୍ଣ ପ୍ରସ୍ତୁତ। ସମୁଦ୍ରତଟରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ତା, ଛତ୍ରପୁର, ଚିକିଟି, ଗଞ୍ଜାମ ଖଲ୍ଲିକୋଟ ଏହି ୫ଟି ବ୍ଲକର ଅନେକ ଗ୍ରାମ ରହିଛି। ଗତ ଡିସେମ୍ବର ୧୩ ତାରିଖରେ ରଙ୍ଗେଇଲୁଣ୍ତା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ ପଞ୍ଚାୟତର ଭେଙ୍କଟରାୟପୁର ଗ୍ରାମକୁ ଇଣ୍ତିଆନ୍ ଓସେନ୍ ସୁନାମି ରେଡ୍ଡୀ ଜାତୀୟ ବୋର୍ଡ଼ ସଦସ୍ୟ ତଥା ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳର ୧୨ଜଣ ପ୍ରତିନିଧି ଆସି ଅନୁଧ୍ୟାନ କରିଥିଲେ। ୧୧ଟି ମାନଦଣ୍ତ ସୂଚକକୁ ଭିତ୍ତି କରି ୟୁନେସ୍କୋ ପକ୍ଷରୁ ଭେଙ୍କଟରାୟପୁର ଗ୍ରାମକୁ ସୁନାମି ରେଡ୍ଡୀ ଗ୍ରାମ ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଭେଙ୍କଟରାୟପୁର ଗ୍ରାମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୟୁନେସ୍କୋଆଇ..ସି ଦ୍ବାରା ସ୍ବୀକୃତି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଭେଙ୍କଟରାୟପୁର ଗାଁର କମ୍ୟୁନିଟି ସଂପାଦକ କେ.ଆନ୍ନା ରାଓ ଏବଂ ମୁଖିଆ ଡି.ପଦ୍ମନାଭମ୍ଙ୍କୁ ୟୁନେସ୍କୋ-ଆଇ..ସି ତରଫରୁ ମାନପତ୍ର କମ୍ୟୁନିଟିର ପୁରସ୍କାର ପ୍ରଦାନ କରାଯାଇଥିଲା। ଗ୍ରାମ୍ୟ ଗୋଷ୍ଠୀ ତଥା କମ୍ୟୁନିଟିକୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଭେଙ୍କଟରାୟପୁର ଗାଁକୁ ଆନ୍ତର୍ଜାତିକ ପ୍ରମାଣପତ୍ର ମିଳିବା ବିପର୍ଯୟ ପରିଚାଳନା ଦିଗରେ ଏକ ମାଇଲ୍ଖୁଣ୍ଟ ବୋଲି ଜିଲ୍ଲାପାଳ କହିଛନ୍ତି।

08/08/2020

Leave a Reply

Your email address will not be published. Required fields are marked *

Comments