Bikash Khabar
ସେନାଙ୍କ ପାଇଁ ଲଦାଖ ରେ ନିଆରା ଘର ; ସମ୍ଭାଳିପାରିବ ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରା

ସମୁଦ୍ର ପତ୍ତନ ଠାରୁ ହଜାର ହଜାର ଫୁଟ ଉଚରେ ରହୁଥିବା ଭାରତୀୟ ସେନାଙ୍କ ପାଇଁ  ଶୀତ ସବୁବେଳେ ଏକ ବଡ଼ ଚ୍ୟାଲେଂଜ ହୋଇଥାଏ କିନ୍ତୁ ଚଳିତ ଶୀତରେ ଯବାନ ଙ୍କୁ ଜଣାପଡିବନି ଶୀତର ପ୍ରକୋପ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ  ଯବାନଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଏହି ସ୍ବତନ୍ତ୍ର ବ୍ୟବସ୍ଥା ଅଧୀନରେ ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରାରେ ବି ଭାରତୀୟ ସେନା ଲଦାଖ୍ରେ ରହିପାରିବେ ଏବଂ ଚୀନ୍ପକ୍ଷଙ୍କୁ ସାମ୍ନା କରିପାରିବେ। ସମଗ୍ର ପୂର୍ବ ଲଦାଖ୍ରେ ମୁତୟନ ଯବାନମାନଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇଛି। ପ୍ରବଳ ଥଣ୍ଡା ଏବଂ ବରଫ ଝଡ଼ରୁ ଯବାନଙ୍କୁ ସୁରକ୍ଷା ଦେବାପାଇଁ ଅତ୍ୟାଧୁନିକ ମୋଡୁଲାର ସେଲ୍ଟର ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍, ଜଳ, ଗରମ କରାଯିବା ସୁବିଧା, ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ଦିଗରେ ବିଶେଷ ଗୁରୁତ୍ବାରୋପ କରାଯାଇଛି। ଫ୍ରଣ୍ଟ୍ଲାଇନ୍ରେ ଥିବାଟିମ୍ଉଷୁମ ଟେଣ୍ଟ୍ରେ ରହିବେ। ଅନ୍ୟପକ୍ଷେ ଜରୁରୀ ଆବଶ୍ୟକତା ପୂରଣ ପାଇଁ ତତ୍କ୍ଷଣାତ ପଦକ୍ଷେପ ନିଆଯାଉଛି। ପୂର୍ବ ଲଦାଖ୍ସେକ୍ଟରରେ ପ୍ରତିବର୍ଷ ନଭେମ୍ବର ପରେ ୪୦ ଫୁଟ୍ଉଚ୍ଚତା ଯାଏଁ ବରଫ ଜମିଯା ଏବଂ ତାପମାତ୍ରା ବିଯୁକ୍ତ ୩୦-୪୦ ଡିଗ୍ରୀ ହୋଇଯାଏ।

19/11/2020

Leave a Reply

Your email address will not be published. Required fields are marked *

Comments