Bikash Khabar
ଧଉଳିରେ ଗୁରୁ,ଛାତ୍ର ଓ ପରିବାର ଏକାଠି-ପାଳିଲେ ନିଆରା ବନ୍ଧୁମିଳନ

ପରସ୍ପର ଭିତରେ ଥିଲା ବର୍ଷ ବର୍ଷ ସମ୍ପର୍କ। ଏହାର ଆକର୍ଷଣ ସେମାନଙ୍କୁ ଏକାଠି କରିଥିଲା ଇତିହାସର ମୁକସାକ୍ଷୀ ଧଉଳି ପାହାଡ଼ର ପାଦ ଦେଶରେ ସମବେତ ହୋଇଥିଲେ ଇତିପୁର ଆଞ୍ଚଳିକ ସରକାରୀ ବିଦ୍ୟାଳୟ ୧୯୯୦ ବ୍ୟାଚ ଶିକ୍ଷକ,ବିଦ୍ୟାର୍ଥୀ ଆଉ ସେମାନଙ୍କ ପରିବାର ସଦସ୍ୟ ମାନେ ପ୍ରିୟ ଗୁରୁ ମାନଙ୍କୁ ପାଛୋଟି ନେବା ପରେ ପାଳିତ ହୋଇଥିଲା ଅତୀତର ସ୍ମୃତି ରୋମନ୍ଥନ ପର୍ବ ବିଦ୍ୟାଳୟ ଜୀବନର ସ୍ମୃତି ଆଉ ଅନୁଭବ ବଖାଣୁଥିବା ବେଳେ ସମସ୍ତଙ୍କ ଚେହେରା ରେ ଆବେଗକୁ ବୁଝିହେଉଥିଲା ଆଉ ଖୁସି ଅଶ୍ରୁ ଦେଖି ହୋଇଥିଲା ଭୁବନାନନ୍ଦ ବେହେରା,ସୁମନ୍ତ ସୁବୁଦ୍ଧିସୁବାସ ବରାଳ ,ବିଷ୍ଣୁ ପ୍ରସାଦ ଗୋଛାୟତ,ଅକ୍ଷୟ କୁମାର ସ୍ବାଇଁ ,ଯୁଧିଷ୍ଠିର ସ୍ବାଇଁ ,ଜିତେନ୍ଦ୍ର ଦାଶ ସ୍ୱପ୍ନା ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅଂଶୁମାନ ଙ୍କ ନବେ ଦଶକର ପୁରୁଣା ଆଉ ନୂଆ ଗୀତର ତାଳେତାଳେ ବିଦ୍ୟାର୍ଥୀ ଦମ୍ପତ୍ତି ନୃତ୍ୟ ରେ ପରିବେଶକୁ ଆଉ ଟିକେ ତାଜା କରିଦେଇଥିଲେ ସାମାଜିକ ସଚେତନତା ଦାୟିତ୍ୱବୋଧ କୁ ପାଳି ଆସୁଥିବା ଏହି ବ୍ୟାଚ ବନ୍ଧୁମାନେ ଚଳିତ ବର୍ଷ  ସବୁଜ ପରିବେଶ-ସୁସ୍ଥ ପରିବେଶ ଥିମ ଆଧାର ରେ ଏହାର ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ

12/12/2019

Leave a Reply

Your email address will not be published. Required fields are marked *

Comments