Bikash Khabar
ଫୋନି ପାଇଁ ନିଆଁଧୂଆଁ ରାଜଧାନୀର ପନିପରିବା ଦର

 ଓଡ଼ିଶାକୁ ଛୁଇଁବାକୁ ଥିବା ସାମୁଦ୍ରିକ ବାତ୍ୟା ଫୋନି   ପ୍ରାକ୍ ପ୍ରଭାବ ଦୁଇଦିନ ହେବ  ରାଜଧାନୀରେ ଦେଖିବାକୁ ମିଳିଛି। ଖୁଚୁରା ବଜାରରେ ଆଳୁ ପିଆଜ ଭଳି କିଛି ନିତ୍ୟ ବ୍ୟବହାର୍ୟ୍ୟ ଜିନିଷର ଦରବୃଦ୍ଧି ଘଟିଛି।  ଖାଉଟିମାନେ ଆବଶ୍ୟକତାରୁ ଅଧିକ ଦ୍ରବ୍ୟ କିଣିବା ଫଳରେ ବେପାରୀମାନେ ଏହାର ଫାଇଦା ଉଠାଇଛନ୍ତି ଗ୍ରାହକମାନେ ବି ଦରବୃଦ୍ଧିକୁ ଖାତିର ନକରି ଅଧିକ ପରିମାଣର ଦ୍ରବ୍ୟ କିଣି ଘରେ ମହଜୁଦ୍ କରିବାରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି।  ରାଜଧାନୀର କିଛି ଖୁଚୁରା ବଜାରରେ ଆଳୁ କିଲୋ ୧୮ ଟଙ୍କାରେ ବିକ୍ରି ହୋଇଛି। ଖୁଚୁର ବଜାର ମୂଲ୍ୟ ୧୫ ଟଙ୍କା ଥିବାବେଳେ ଲୋକେ ଅଧିକ ପରିମାଣର କିଣିବାକୁ ଇଚ୍ଛା କରୁଥିବା ଦେଖି ବେପାରୀମାନେ ମନଇଚ୍ଛା ଦର ବଢ଼ାଇ ବିକିଥିବା ଦେଖିବାକୁ ମିଳିଛି। ସେହିଭଳି ସାଧାରଣରେ ପିଆଜ କିଲୋ ୧୪/୧୫ ଟଙ୍କା ଥିବାବେଳେ କିଛି ଖୁଚୁରା ବଜାରରେ କିଲୋ ୨୦ ଟଙ୍କା ଟପିଥିବା ଜଣାପଡ଼ିଛି। ଅନୁରୂପଭାବେ ପରିବା ଦର ମଧ୍ୟ ବଢ଼ାଇ ଦିଆଯାଇଥିବା କୁହାଯାଉଛି। ଯେଉଁପୋଟଳ ସକାଳେ କିଲୋ ୫୦ ଟଙ୍କାରେ ବିକ୍ରି ହେଉଥିଲା, ଅପରାହ୍ ସନ୍ଧ୍ୟାରେ ତାହା ୮୦ ଟଙ୍କାରେ ପହଞ୍ଚି ଯାଇଛି। ସେହିଭଳି ପ୍ରାୟ ସବୁ ସବୁଜ ପରିବା ଦର କିଲୋ ପିଛା ୧୦ ଟଙ୍କାରୁ ୧୫ ଟଙ୍କା ପର୍ୟ୍ୟନ୍ତ ବର୍ଦ୍ଧିତ ଦରରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଟମାଟୋ କିଲୋ ପ୍ରତି ୪୦ ଟଙ୍କା ଦାମରେବିକ୍ରି ହୋଇଛି ରାଜଧାନୀର ପ୍ରାୟ ପରିବା ବଜାର ରେ ଏଭଳି ଦର ଦେଖିବାକୁ ମିଳିଛି ୟୁନିଟ ପରିବା ମାର୍କେଟ ରେ ଅସମ୍ଭବ ଭିଡ଼ କୁ ଦେଖି ବେପାରୀ ମାନେ ହଠାତ ଦର ବଢ଼ାଇଦେଇଛନ୍ତି ଚୁଡା,ମହମବତୀ,ଗୁଡ଼, ଦାମ ହଠାତ ବଢ଼ିଯାଇଥିବା ଦେଖିବାକୁ ମିଳିଛି ବାତ୍ୟା ପରବର୍ତ୍ତୀ ବନ୍ୟା ପାଇଁ ପ୍ରଶାସନ ତତ୍ପର ହୋଇଉଠିଥିବା ବେଳେ ହୁହୁ ହୋଇ ବଢିଥିବା ବଜାର ଉପରେ ପ୍ରଶାସନ ଢିଲାପଣ ଦେଖାଇଛି

02/05/2019

Leave a Reply

Your email address will not be published. Required fields are marked *

Comments