Bikash Khabar
ବାତ୍ୟା ପରେ ନିଆଁଧୂଆଁ ପନିପରିବା ବଜାର

 ‘ଫୋନି ପ୍ରଭାବ ଏବେ ସିଧାସଳଖ ପରିବା ମାର୍କେଟ ଉପରେ ପଡ଼ିଛି। କଟକ , ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେଆକାଶ ଛୁଆଁହୋଇଯାଇଛି ପରିବା ଦର  ଫୋନି ମାଡ଼ରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଉପକୂଳବାସୀ ହଠାତ୍ ପରିବା ଦର ବୃଦ୍ଧିକୁ ନେଇ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି।ଓଡ଼ିଶାର ସବୁଠାରୁ ବଡ଼ ପରିବା ମାର୍କେଟ କୁହାଯାଉଥିବା କଟକ ଛତ୍ର ବଜାରରେ ପୋଟଳର କେଜି ପିଛା ଦର ୬୦ ହୋଇଥିବା ବେଳେ ବାଇଗଣ ବି ୬୦ ଛୁଇଁଛି। ସେହିପରି ଟମାଟୋର କେଜି ପିଛା ଦର ୫୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଜହ୍ନି ୪୦ ଟଙ୍କା କାକୁଡ଼ି ଦର ବି ୫୦ ଟଙ୍କାରେ ବିକ୍ରି ହେଉଛି। ଖାଉଟିଙ୍କ କହିବା ଅନୁଯାୟୀ ଫୋନି ପରେ ଏସବୁ କଞ୍ଚା ପରିବା ଦର ପ୍ରାୟ ଦୁଇ ଗୁଣା ବଢ଼ିଛି। ଖୁଚୁରା ବଜାରରେ ଆଳୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି।

 ରାଜଧାନୀର  ନମ୍ବର ହାଟରେ କିଛି ଦିନ ହେଲା ପରିବା ଦର ହୁ ହୁ ହୋଇ  ବଢ଼ିବାରେ ଲାଗିଛି। ଫୋନି ପ୍ରଭାବରେ ପରିବା  ଚାଷ ପ୍ରଭାବିତ ହୋଇଥିବାରୁ ବାଇଗଣ, ପୋଟଳ, ଭେଣ୍ଡିର ଦର  ବଢ଼ି ଚାଲିଛି। ଟମାଟୋ, ଦେଶୀଆଳୁ, ଝୁଡ଼ଙ୍ଗ ଆଦି ପରିବା ବାହାର ରାଜ୍ୟରୁ ଆମଦାନୀ ହେଉଥିଲେ ହେଁ ଏସବୁର ଦର ବି ବୃଦ୍ଧି ପାଇଛି।ସବୁଠୁ ଅଧିକ ଦର ରହିଛି ଝୁଡଙ୍ଗର ଏବେ ଝୁଡ଼ଙ୍ଗ କିଲୋ ୧୨୦ ଟଙ୍କାରେ ବିକ୍ରି ହେଉଛି

ପୁରୀ ଜିଲ୍ଲା  ପରିବା ଉତ୍ପାଦନର ପେଣ୍ଠସ୍ଥଳ କୁହାଯାଉଥିବା ବଳଙ୍ଗା, କଣାସ, କଟକ ଜିଲ୍ଲାର ନିଆଳି, ବାରଙ୍ଗ,ବାଙ୍କି ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ପ୍ରଭୃତି ଅଞ୍ଚଳରେ ପରିବା ଚାଷୀଙ୍କ କ୍ଷେତକୁ ବାତ୍ୟା  ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ଏବେ ଏସବୁ ଅଞ୍ଚଳରୁ ଉତ୍ପାଦନ କମି ଯାଇଛି। ତେଣୁ ଏଭଳି ଦର ବୃଦ୍ଧି ହୋଇଥିବା କୁହାଯାଉଛି।ଚଳିତ ବର୍ଷର ଆମ୍ବ ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ଉପକୂଳ ଜିଲ୍ଲାରେ ଶହଶହ ଆମ୍ବ ଗଛ ଭାଙ୍ଗି ଧରାଶାୟୀ ହୋଇଥିବାରୁ ସାବିତ୍ରୀ ବେଳକୁ ଏହାର ଦାମ ଚଢା ରହିବ

16/05/2019

Leave a Reply

Your email address will not be published. Required fields are marked *

Comments