Bikash Khabar
ଗାଁ ବୁଲିଲେ ବିଦ୍ୟାର୍ଥୀ ପଚାରିବୁଝିଲେ କଣ କିପରି ରହିଛି ଗାଁ

 କେମିତି ଥିଲା ଗାଁ ? କେତେ ମିଠା ଥିଲା ଗାଁର ପର୍ବପର୍ବାଣି-ଯାନିଯାତ୍ରା ? କେତେ ଗୁରୁତ୍ୱ ରଖୁଥିଲା ଗାଁ ମଣିଷର ସମ୍ପର୍କ ? ଏଭଳି କିଛି ତଥ୍ୟ ବୁଝିବାକୁ ଏବେ ପ୍ରୟାସ ଆରମ୍ଭ କରିଛି ସରସ୍ବତୀ ଶିଶୁ ମନ୍ଦିର। ଆରମ୍ଭ ହୋଇଛି ଗ୍ରାମ୍ୟ ଦର୍ଶନ କାର୍ଯ୍ୟକ୍ରମ ଦିନର ଏହି କାର୍ଯ୍ୟକ୍ରମରେ ଶିଶୁମନ୍ଦିରର ପିଲାମାନେ ନିଜ ଗୁରୁଜୀ-ଗୁରୁମାଙ୍କ ସହ ଗାଁ ଗାଁ ବୁଲି ଓଡ଼ିଶାର ପର୍ବପର୍ବାଣି, ପରମ୍ପରା ସହ ଗାଁର ଇତିହାସ ବାବଦରେ ପଚାରିବୁଝିଛନ୍ତି।ଗାଁର ଜେଜେବାପା-ଜେଜେ ମାଙ୍କ ନିକଟରୁ ଶୁଣୁଛନ୍ତି ଗାଁର ମହନୀୟ ସଂସ୍କୃତି।ଝିଅ ବିବାହ ବେଳର କାନ୍ଦଣା ସାଙ୍ଗକୁ ଠାକୁର ଘରର ପୂଜାପାଠ ସବୁ କିଛି ଶୁଣିଛନ୍ତି। ଯାଜପୁର ସିଂହପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫୮ ଜଣ ଛାତ୍ରଛାତ୍ରୀ ଗାଁ ଗାଁ ବୁଲି ଲୁଚି ଯାଉଥିବା ଗାଁ କାହାଣୀକୁ ଅନୁଭବ କରିଛନ୍ତି। ପୁରୁଣା କାଳର କଥା ଜାଣିବାକୁ ପିଲାମାନଙ୍କର ଆଗ୍ରହ ଦେଖି ବୟୋଜ୍ୟେଷ୍ଠମାନେ ବି ବେଶ ଖୁସି ହୋଇଯାଇଥିଲେ।ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ବୀରକିଶୋର ବେହେରା କହିଛନ୍ତି ଯେ କେବଳ ପାଠ ପଢା ହିଁ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରେ ନାହିଁ, ବରଂ ଓଡ଼ିଶାର ଇତିହାସ ପରମ୍ପରା ବି ସେମାନଙ୍କୁ ନୂଆ କିଛି ଜାଣିବାର ଅବସର ଦେଇଥାଏ। ଯାହାକୁ ନେଇ ସେମାନେ ସୁନ୍ଦର ଜୀବନଟିଏ ଗଢ଼ିପାରିବେ।ଆଧୁନିକ ଜୀବନରେ ଏବେ ବ୍ୟସ୍ତ ଥିବା ମଣିଷ ପୁରୁଣା ସଂସ୍କୃତିକୁ ଭୁଲୁଥିବାବେଳେ ଏହି ଗ୍ରାମ୍ୟ ଦର୍ଶନ କାର୍ଯ୍ୟକ୍ରମ ସତରେ ଏହି ଭବିଷ୍ୟତଙ୍କୁ ଅଭୁଲା ଅନୁଭୂତି ଦେବ।

30/11/2019

Leave a Reply

Your email address will not be published. Required fields are marked *

Comments