Bikash Khabar
ପାଇପକୁ ବ୍ୟବହାର କରି ତିଆରି ହେଲା ମୋବାଇଲି ଟାୱାର,ବିଡ଼ିଓଙ୍କ ଏହି ପ୍ରୟାସ ରୁ ଗାଁରେ ମିଳିଲା ଇଣ୍ଟରନେଟ ସେବା

ପାହାଡି ଗାଁରେ ଏବେ ଖୁସିର ମାହୋଲଦୀର୍ଘ ଦିନ ପରେ ଗାଁରେ  ପହଁଚିଥିବା  ମୋବାଇଲ ସେବା କୁ ନେଇ ପୁରା ଗାଁ ପାଳିଥିଲା ଖୁସି ଏହି ଖୁସିର ଏକ ବଡ଼ ଶ୍ରେୟ ଗ୍ରାମବାସୀ ସ୍ଥାନୀୟ ବିଡ଼ିଓ ଙ୍କୁ ଦେଇଥିଲେ। ମୋବାଇଲ ଟାୱାର ବିନା ଦୀର୍ଘ ବର୍ଷ ଧରି ମୋବାଇଲ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଥିବା କନ୍ଧମାଳ ଜିଲ୍ଲାର ବଡାକୀ ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ କରିଛନ୍ତି ସ୍ଥାନୀୟ ବିଡିଓ ସୁବ୍ରତ କୁମାର ଜେନା ମାଓ ଅଧୁଷିତ ଏହି ଅଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ ପାଇଁ  ଟେଲିକମ କମ୍ପାନି ପଛଘୁଞ୍ଚା ଦେଉଥିଲେ ଏନେଇ ବାରମ୍ବାର ବିଏସଏନଏଲ ନିକଟରେ ଗୁହାରି କରିଥିଲେ ମଧ୍ୟ କମ୍ପାନି ଏହାକୁ କର୍ଣ୍ଣପାତ କରିନଥିଲା ଏପରିକି ଏଠାରେ ମୋବାଇଲ ଟାୱାର ନିର୍ମାଣ କରି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନଥିଲା କମ୍ପାନି ଏଭଳି ସମୟରେ ବଡାକୀ ଗ୍ରାମବାସୀଙ୍କ ସ୍ୱପ୍ନ ସାକାର କରିବାକୁ ଆଗେଇ ଆସିଥିଲେ ଫୁଲବାଣୀ ବିଡ଼ିଓ ସୁବ୍ରତ ଜେନା ଗାଁକୁ କୌଣସି କାମରେ ଆସିଥିବା ବେଳେ ଗ୍ରାମ ପଞ୍ଚାୟତ ଅଫିସର ଅଳିଆ ଗଦାରେ ପୁରୁଣା ଟ୍ୟୁବୱେଲ ପାଇପ ପଡିଥିବାର ଦେଖିବାକୁ ପାଇଥିଲେ ଆଉ ଏହାକୁ ବ୍ୟବହାର କରି ମୋବାଇଲ ଟାୱାର ନିର୍ମାଣ କରିବାକୁ ଅଣ୍ଟା ଭିଡିଥିଲେ ବିଡିଓ ଏଥିପାଇଁ ପୁଣିଥରେ ବିଏସଏନଏଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ସୁବ୍ରତ ଏପରିକି ଗ୍ରାମବାସୀ ମାନେ ନିଜ ଖର୍ଚ୍ଚରେ ଏହି ମୋବାଇଲ ଟାୱାର ନିର୍ମାଣ କରିବେ ବୋଲି ବିଏସଏନଏଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ଆଉ ଏହି ପ୍ରସ୍ତାବରେ ରାଜି ହୋଇଥିଲା ବିଏସଏନଏଲ କମ୍ପାନି ପରେ ବିଏସଏନଏଲ କମ୍ପାନିର ଇଞ୍ଜିନିୟରଙ୍କ ତତ୍ୱାବଧାନରେ ଏହି ଅଦରକାରୀ ଟ୍ୟୁବୱେଲ୍ ପାଇପରୁ ୩୦ ଫୁଟର ମୋବାଇଲ ଟାୱାର ନିର୍ମାଣ କରାଯାଇଥିଲା ଏହି ଲୁହା ପାଇପର ୱେଲ୍ଡିଂ ପାଇଁ ୭୦୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ବିଦ୍ୟୁତ ସଂଯୋଗ ପାଇଁ ଇନଭରଟର ବାବଦକୁ ୨୦୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ଆଉ ଏହାସହ ମାତ୍ର ୨୭ ହଜାର ଟଙ୍କାରେ ମୋବାଇଲ ଟାୱାର ବସିବା ସହ ଡିଜିଟାଲ ହୋଇଥିଲା ବଡାକୀ ଗାଁ ଏବେ ଏହି ଟାୱାର ବସିବା ପରେ ପୂରା ଗାଁକୁ ବିଏସଏନଏଲ ପକ୍ଷରୁ ମୋବାଇଲ ସେବା ଯୋଗାଇ ଦିଆଯିବା ସହ ଇଣ୍ଟରନେଟ ସେବା ମଧ୍ୟ ଯୋଗାଇ ଦିଆଯାଇଛି

06/08/2019

Leave a Reply

Your email address will not be published. Required fields are marked *

Comments