Bikash Khabar
ରାଜ୍ୟ ସରକାର ଦେଖାଇଲେ ଗୋଲାପୀ ସ୍ବପ୍ନ,ଓଡିଶା ହେବ ୧ ଲକ୍ଷ କୋଟି ଡଲାର ଅର୍ଥନୀତି

୨୦୫୦ ସୁଦ୍ଧା ଓଡ଼ିଶା ୧ଲକ୍ଷ କୋଟି ଡଲାର ଅର୍ଥନୀତି ହେବ। ରାଜ୍ୟ ସରକାର ରାଜ୍ୟବାସୀଙ୍କୁ   ଭିଜନ ଡକ୍ୟୁମେଣ୍ଟ ଜରିଆରେ ଏପରି  ସ୍ବପ୍ନ ଦେଖାଇଛନ୍ତି। ଜେଏସଡବ୍ଲ୍ୟୁ ପିଡବ୍ଲ୍ୟୁସି ଇଣ୍ଡିଆ ପକ୍ଷରୁ ଏମିତି ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟଠାରେ ଇକୋନୋମିକ ପସିବିଲିଟି ଫର ଓଡ଼ିଶା ଟୁଓ୍ବାର୍ଡସ ଓ୍ବାନ ଟ୍ରିଲିୟନ ଡଲାର ଇକୋନୋମି-୨୦୫୦ ଏହି ଭିଜନ ରିପୋର୍ଟ  ଉନ୍ମୋଚନ କରିଛନ୍ତି। ଅବସରରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାର କରି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ ରାଜ୍ୟ ଲକ୍ଷ କୋଟି  ଡଲାର ଅର୍ଥନୀତି ସମ୍ଭବ ହୋଇପାରିବ ସୁହାଇଲାଭଳି ପୁଞ୍ଜିନିବେଶ ନୀତି, ଆବଶ୍ୟକୀୟ ଉନ୍ନତ ଭିତ୍ତିଭୂମି ଏବଂ ସୁଦକ୍ଷ  ମାନବସମ୍ବଳ ଯୋଗୁ ଓଡ଼ିଶା ଏହି ଲକ୍ଷ୍ୟ ହାସଲ କରିପାରିବ। ନିର୍ମାଣ ହବ୍ଭାବେ ଓଡ଼ିଶା ଜାତୀୟ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି ବିଶ୍ୱ ଅର୍ଥନୀତି ଗତ ଦଶନ୍ଧି ମଧ୍ୟରେ ଥର ବୃଦ୍ଧି ହୋଇଛିି। ଆସନ୍ତା ୨୦୫୦ ବେଳକୁ ଏହା ଦୁଇଗୁଣ ହେବାର ସମ୍ଭାବନା ରହିଛି। ରାଜ୍ୟର ଖଣିଜ ସମ୍ପଦ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସୂକ୍ଷ୍ମ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ, ମହିଳା ଉଦ୍ୟୋଗୀ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରାକୃତିକ ସମ୍ପଦ,ଅସାଧାରଣ ମାନବ ସମ୍ବଳ ଦକ୍ଷତା ରହିଛି। ବିଶ୍ୱରେ ଏହି ରାଜ୍ୟ ଖଣିଜ ସମ୍ପଦ ରପ୍ତାନିରେ ଏକ ନମ୍ବର ହବ୍ରେ ପରିଣତ ହେବ ବୋଲି ଭିଜନ୍ରିପୋର୍ଟରେ କୁହାଯାଇଛି। ଏହି ଅବସରରେ ପିଡବ୍ଲ୍ୟୁସିର ଅଂଶୀଦାର ରାନିନ ବାନାର୍ଜୀ ଭିଜନ୍ରିପୋର୍ଟର ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଥିଲେ।

11/07/2019

Leave a Reply

Your email address will not be published. Required fields are marked *

Comments