Bikash Khabar
କର୍ଣ୍ଣାଟକ ର ଏହି ଜଳ ଯାଦୁଗର ଙ୍କ ଠାରୁ ଜର୍ମାନୀ,ଜାପାନ,ଓ ଆମେରିକା ଶିଖୁଛି ଜଳ ସଂରକ୍ଷଣ ର କୌଶଳ

ପାଞ୍ଚ ଶହ ନାଳ,ଏବଂ ଲକ୍ଷେ ନଳକୂଅ କୁ ରୀଚାର୍ଯ୍ୟକରି ସେ ଜଳଡାକ୍ତର ଭାବେ ପାଇଛନ୍ତି ନିଆରା ପରିଚୟ ଲୋକେ ତାଙ୍କୁ ଜଳ ଯାଦୁଗର ଭାବେ ଚିତ୍ରଣ କରିଥାଆନ୍ତି କର୍ଣାଟକର ଉଡୁ଼ପି ଜିଲ୍ଲା ଗଡାଗ ନିବାସୀ ଆୟାପ୍ପା ମଶାଗି ଙ୍କ ଜଳ ସଂରକ୍ଷଣ କ୍ଷେତ୍ରରେ ନିଆରା ଅବଦାନ ପାଇଁ ଲିମକା ବୁକ ରେକର୍ଡ ରେ ସ୍ଥାନ ମିଳିଛି ଜଳ ସଙ୍କଟ ସହିତ ସଂଘର୍ଷ କରୁଥିବା କର୍ଣ୍ଣାଟକ ବାସି ଙ୍କ ସ୍ବପ୍ନ ଆଶାକୁ ଫଳବତୀ କରାଇବାରେ ଯଥେଷ୍ଟ ସହାୟକ ହୋଇଛନ୍ତି ମଶାଗି ୱାଟର ୱରିୟର ଫାଉଣ୍ଡେସନ ନାଁରେ ସଂଗଠନ ଟିଏ ଗଢି ସେ ବର୍ଷାଜଳ ସଂଚୟ ଉପରେ ଫୋକସ କରିଥିଲେ। ଜଳ ପୂରୁଷ ରାଜେନ୍ଦ୍ର ପ୍ରସାଦ ସିଂ, ଆନ୍ନା ହଜାରେ ଙ୍କ ସହ ଆଲୋଚନା କରି ପ୍ରଥମେ ସେ ନିଜର ଏକର ଚାଷଜମିରେ ବର୍ଷାଜଳ ଅମଳର ନମୁନା ତିଆରିକରି ସଫଳ ହେଲେ ପରେ ପରେ ସେ ଶୁଖିଯାଇଥିବା ନାଳ,ଝରଣା ପ୍ରାକୃତିକ ଜଳାଶୟ ଗୁଡିକୁ ଜୀବନ୍ତ କରାଇବା ପାଇଁ ଧ୍ୟାନ ଦେ ସଫଳ ହୋଇଥିଲେ ଭୂତଳ ଜଳ ପୁନଭରଣକରିବା କୌଶଳ ଆୟତ୍ତ କରି ସେ ନଳକୂଅ ଗୁଡିକୁ ଦୀର୍ଘକାଳ ଯାଇଁ ଜୀବନ୍ତ ରଖିପାରିବାର ଯାଦୁ ଲୋକଙ୍କୁ ବତାଇଥିଲେ ଆୟାପ୍ପା ଙ୍କ ଉଦ୍ୟମରେ କର୍ଣ୍ଣାଟକ,ଆନ୍ଧ୍ର, ତାମିଲନାଡୁର ନଦୀ,ଝରଣା ନାଳ ଗୁଡିକ ଜୀବନ୍ତ ହୋଇଉଠିଥିଲା ପାଞ୍ଚ ଶହରୁ ଅଧିକ ନାଳ ରେ  ପୁଣି ଜଳଧାରା ପ୍ରବାହିତ ହେବା ଦେଖାଯିବ ପରେ ତାଙ୍କ ଖ୍ୟାତି ବଢିଯାଇଥିଲା ଲୋକେ ତାଙ୍କୁ ଜଳ ଡାକ୍ତର ନାମ ଦେବାକୁ ଲାଗିଲେ ଲିମ୍କା ବୁକ ରେକର୍ଡ ରେ ତାଙ୍କ ନାମ ରହିବ ପରେ ସେ ଦେଶ ତଥା ବିଦେଶ ରେ ଜଳସଂରକ୍ଷଣର ବିଭିନ୍ନ କୌଶଳ ଦେଖାଇ ଅଧିକ ଖ୍ୟାତି ଅର୍ଜନ କରିଛନ୍ତି ଜର୍ମାନୀ,ଜାପାନ ଆମେରିକା କୁ ନିମନ୍ତ୍ରିତ ହୋଇ ସେ ଜଳ ସୁରକ୍ଷା,ସଂଚୟ ପରିଚାଳନା କୌଶଳ ବାବଦରେ ସଚେତନତା କରାଇଛନ୍ତି

01/07/2019

Leave a Reply

Your email address will not be published. Required fields are marked *

Comments