Bikash Khabar
ସହରାଞ୍ଚଳରେ ଖୋଲିବ ମହିଳା ହାଟ,ସ୍ୱୟଂ ସହାୟକ ଦଳ ପ୍ରସ୍ତୁତ ଉତ୍ପାଦର ବିକ୍ରିବଟା ହେବ

 ମହିଳା ସଶକ୍ତି କରଣ ଆଭିମୁଖ୍ୟ ନେଇ ଗଠିତ  ମିଶନ ଶକ୍ତିବିଗତ କିଛି ବର୍ଷ ଧରି ମହିଳାଙ୍କ ଅର୍ଥନୈତିକ ଉନ୍ନତି ପାଇଁ ପ୍ରୟାସ ଆରମ୍ଭ କରିଛି ଗାଁରୁ ସହର ଯାଏଁ ଲକ୍ଷଲକ୍ଷ ଏସଏଚଜି ଗଢାଯାଇଛି। ସେମାନେ ସାମୁହିକ ଭାବେ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରି ଆୟ ଉପାର୍ଜନ ରେ ସକ୍ଷମ ହେଉଛନ୍ତି ସେମାନଙ୍କ ପ୍ରସ୍ତୁତ ଦ୍ରବ୍ୟର ବିପଣନ ରେ ସହାୟତା କରିବା ପାଇଁ ରାଜ୍ୟର ସମସ୍ତ ପୌରାଂଚଳ, ବିଜ୍ଞାପିତ ପରିଷଦ ତଥା ବ୍ଲକ ମୂଖ୍ୟାଳୟରେ ସ୍ୱତନ୍ତ୍ର ମହିଳା ହାଟ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ରାଜ୍ୟ ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳି ଅଞ୍ଚଳରୁ  ଏହା ଶୁଭାରମ୍ଭ ହେବ। ଆସନ୍ତା ୩୧ତାରିଖରେ ମନ୍ତ୍ରୀ ଶ୍ରୀମତି ସାହୁ ତଥା ବିଭାଗୀୟ ଉଚ୍ଚ ଅଧିକାରୀ, ବଲାଙ୍ଗିର ଜିଲାପାଳଙ୍କ ଉପସ୍ଥିତିରେ ଏସଏଚଜି ହାଟ ଟିଟିଲାଗଡ ଠାରେ ଉଦଘାଟନ ହେବ। ଏନେଇ ସ୍ଥାନୀୟ ପୌର ପରିଷଦ ସଭା ଗୃହରେ ଉପଜିଲାପାଳ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମହିଳା ଗୋଷ୍ଠି ପ୍ରତିନିଧି, ସରକାରି ଅଧିକାରୀ, ବ୍ୟାଙ୍କ ପ୍ରତିଷ୍ଠାନ ପ୍ରତିନିଧି, ବ୍ୟବସାୟୀ ପ୍ରତିନିଥି, ବୁଦ୍ଧିଜୀବୀଙ୍କ ଗହଣରେ ଏନେଇ ପୁର୍ଣ୍ଣାଙ୍ଗ ଆଲୋଚନା ହୋଇଛି। ପୌର ନିର୍ବାହି ଅଧିକାରୀ ସନ୍ତୋଷ ବେହେରା ସଭାରେ ସମସ୍ତ ମହିଳା ଗୋଷ୍ଠି ନିଜ ଉତ୍ପାଦନ ବିକ୍ରୟ ପାଇଁ ପ୍ରତ୍ୟେକ ଶୁକ୍ରବାର ହାଟ ବସିବ। ପୌର ପରିଷଦ ଅନ୍ତର୍ଗତ ୨୫୦ଟି ମହିଳା ଗୋଷ୍ଠି ତଥା ୧୦ ଗୋଟି ମହାସଂଘ ଏହି ହାଟରେ ସାମିଲ ହେବେ। ସ୍ଥାନୀୟ ଗୋବପନ୍ଧୁ ପାର୍କ ପରିସରରେ ସପ୍ତାହକୁ ପ୍ରତି ଶୁକ୍ରବାର ହାଟ ବସିବ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ୟ୍ୟନ୍ତ ହାଟ ବସିବ। ହାଟ ସଫଳ ହେଲେ ଏହାକୁ ସପ୍ତାହକୁ ଦୁଇ ଥର ବସିବାକୁ ବ୍ୟବସ୍ଥା କରାଯିବ। ଏନେଇ ମହିଳା ଗୋଷ୍ଠିଙ୍କୁ ମଜଭୁତ କରିବା ପାଇଁ ବ୍ୟାଙ୍କ ଋଣ, ଉତ୍ପାଦକ ଗୋଷ୍ଠିଙ୍କ ଠାରୁ ସ୍ୱଲ୍ପ ଦରରେ ମାଲ କ୍ରୟ, ପରିବହନ ସୁବିଧା ଆଦି ପ୍ରଦାନ କରାଯିବ। ବଜାରରେ ବ୍ୟାପକ ପୁଲିସ ସୁରକ୍ଷା, ପାନୀୟ ଜଳ ବ୍ୟବସ୍ଥା, ଶୋଚାଳୟ, ପଲିଥିନ ମୁକ୍ତ ବ୍ୟବସ୍ଥା  କରାଯିବ।

29/08/2019

Leave a Reply

Your email address will not be published. Required fields are marked *

Comments