Bikash Khabar
ଗୃହ ବିଭାଗ ଶ୍ବେତପତ୍ର ରେ ସାଙ୍ଘାତିକ ତଥ୍ୟ,ଦିନକୁ ୭ ଦୁଷ୍କର୍ମ ଓ ୫ ହତ୍ୟା

ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ୨୦୧୭ ତୁଳନାରେ ବଢ଼ିଯାଇଛି। ଦୈନିକ ହାରାହାରି ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ୨୦୧୮ ମସିହାରେ ୨୫୦୨ଟି ମାମଲା ପଞ୍ଜୀକୃତ ହୋଇଛି ଦୁଷ୍କର୍ମ ସହିତ ରାଜ୍ୟରେ ହତ୍ୟା ଘଟଣା ମଧ୍ୟ ବଢି ଚାଲିଛି ୨୭୯୪ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି ଯେଉଁଥିରୁ ୭୦୭ଟିରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି ଦିନକୁ ରାଜ୍ୟରେ ଦୁଷ୍କର୍ମ ହତ୍ୟାକାଣ୍ଡ ଘଟୁଥିବାର ଏହି ସାଙ୍ଘାତିକ ତଥ୍ୟ ଗୃହ ବିଭାଗର ରାଜ୍ୟରେ ଅପରାଧ ସମ୍ପର୍କିତ ଶ୍ୱେତ ପତ୍ରରେ ପ୍ରକାଶ ପାଇଛି ୨୦୧୮ ମସିହାରେ ଲକ୍ଷ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ମାତ୍ର ୭୯ ହଜାର ୩୪୧ଟି ମାମଲାରେ ପୁଲିସ ଚାର୍ଜସିଟ୍ ବା ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ୧୩୭୮ଟି ହତ୍ୟା ଘଟଣା ମଧ୍ୟରୁ ଅଧା ଗୁରୁତ୍ବପୂଣ୍ମର୍ଣ୍ଣ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି। ମାତ୍ର ୬୪୫ଟି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରିପାରିଛି। ଶ୍ବେତପତ୍ରରେ ଦର୍ଶାଯାଇଛି, ୨୦୧୮ରେ ଡକାୟତମାନେ ୨୬ କୋଟି ୨୫ ଲକ୍ଷ ୪୧ ହଜାର ଟଙ୍କାର ସମ୍ପତ୍ତି ଚୋରି କରି ନେଇଥିଲେ। ଏହାର ଚାରି ଭାଗରୁ ଭାଗେ ଅର୍ଥାତ୍ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇପାରିଛି। ଯେଉଁ ୫୫୦ଟି ଡକାୟତି ମାମଲା ସତ ବୋଲି ପୁଲିସ ଜାଣିପାରିଛି ତାହାର ଅଧା (୨୨୯) ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି। ଲୁଣ୍ଠନ ଚିତ୍ର ତା ଠାରୁ ଆହୁରି ସାଂଘାତିକ। ଅପରାଧୀମାନେ ୧୨୧ ଜଣଙ୍କ ଘରେ ଲୁଟ୍ତରାଜ କରିଛନ୍ତି। ରାସ୍ତାଘାଟରେ ୫୨୯ ଜଣଙ୍କ ଠାରୁ ଲୁଟି ନେଇଛନ୍ତି। ଟ୍ରେନରେ ୨୨ଟି ଘଟଣା ଘଟିଛି। ଗୋଟିଏ ବ୍ୟାଙ୍କରେ ଲୁଣ୍ଠନ ହୋଇଛି ୧୩୪ଟି ବାଣିଜ୍ୟିକ ପ୍ରତିଷ୍ଠାନରୁ ଲୁଟ୍ତରାଜ କରିଛନ୍ତି ଅପରାଧୀ। ରିପୋର୍ଟରେ ଦର୍ଶାଯାଇଛି, ପୁଲିସ ଏସବୁ ମାମଲାରେ ୧୯୪୬ ଜଣ ଅପରାଧୀଙ୍କୁ ଗିରଫ କରିଛି। ଲୁଣ୍ଠନ ସାମଗ୍ରୀର ପରିମାଣ ୧୪ କୋଟି ୬୭ ଲକ୍ଷ ୪୫ ହଜାର ଟଙ୍କା ହୋଇଥିଲେ ହେଁ ପୁଲିସ କୋଟି ୫୪ ଲକ୍ଷ ୭୧ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିପାରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୁଣ୍ଠନ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲର ହାର ମଧ୍ୟ ନୈରାଶ୍ୟଜନକ। ଯେଉଁ ୨୧୦୦ ମାମଲା ସତ୍ୟ ବୋଲି ଦର୍ଶାଯାଇଛି, ସେଥିରୁ ପ୍ରାୟ ଅଧା ଘଟଣା (୯୪୮)ରେ ଦୋଷାରୋପଫର୍ଦ୍ଦ ଦାଖଲ କରାଯାଇ ପାରିନାହିଁ। ୩୭୧୩ଟି ସିନ୍ଧି ଚୋରି ମାମଲା ରୁଜୁ ହୋଇଛି ଯେଉଁଥିରୁ ୧୧୦୮ ଟି ମାମଲାରେ ପୁଲିସ ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ଚୋରମାନେ ୫୨ କୋଟି ୨୨ ଲକ୍ଷ ୮୨ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଚୋରି କରି ନେଇଛନ୍ତି। ପୁଲିସ ଏଥିରୁ ୧୯ କୋଟି ୭୨ ଲକ୍ଷ ଟଙ୍କା ଜବତ କରିପାରିଛି।

28/07/2019

Leave a Reply

Your email address will not be published. Required fields are marked *

Comments