Bikash Khabar
ଏହି ପ୍ରକ୍ରିୟାରେ ସ୍ୱଦେଶ ଫେରିବେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ପାକିସ୍ଥାନ ସେନାଙ୍କ ଦ୍ୱାରା ଗିରଫ ହୋଇଥିବା ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଆଜି ଅପରାହ୍ଣ ୪ଟରେ ଓ୍ୱାଘା ସୀମା ଦେଇ ଭାରତ ଫେରିବେ ବୋଲି ଜଣାପଡ଼ିଛି ପାକିସ୍ତାନ ସରକାରଙ୍କ ଠାରୁ  ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ସମୟ ଅପରାହ୍ନ  ୩ରୁ ଟା ମଧ୍ୟରେ ଭାରତୀୟ ସୀମାରେ ପହଞ୍ଚିବେ ଅଭିନନ୍ଦନ

ଗୁରୁବାର ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ଅଭିନନ୍ଦନ ଙ୍କୁ ଶୁକ୍ରବାର ମୁକ୍ତ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଥମେ ଅଭିନନ୍ଦନ ଙ୍କୁ ପାକିସ୍ଥାନର ଇଣ୍ଟରନ୍ୟାଶନାଲ କମିଟି ଅଫ ରେଡକ୍ରସ କୁ ଅର୍ପଣ କରାଯିବ ଏବଂ ଏହା ପରେ ତାଙ୍କୁ ଭାରତ ଅଣାଯିବ ଏସ ପି ନିୟମ ଅନୁଯାୟୀ ଭାରତୀୟ ପାଇଲଟ ଙ୍କୁ ସେନା ପକ୍ଷରୁ ସୀମାକୁ ଅଣାଯିବ ସେଠାରେ ଭାରତୀୟ କମିଶନର ଙ୍କ ପ୍ରତିନିଧି ଙ୍କ ହାତରେ ଅର୍ପଣ କରାଯିବ ଏହା ପରେ ତାଙ୍କୁ ପୁଣି ଭାରତୀୟ ସୀମା ସୁରକ୍ଷା ବଳଙ୍କ ମାର୍ଫତରେ  ଦିଆଯିବ ଆଇସିଆରସି  ୧୯୪୯ ଜେନେଭା ସନ୍ଧି ଏବଂ ଏହା ଅଧିନସ୍ଥ ପ୍ରୋଟକାଲ,ଅନ୍ତଃରାଷ୍ଟ୍ରୀୟ ରେଡ଼କ୍ରସ ଏବଂ ରେଡ କ୍ରିସେଣ୍ଟ ମୁଭମେଣ୍ଟ ଆଦି ଆଇନ ଅନୁଯାୟୀ କାମ କରିଥାଏ ଏହି ନିୟମ ଅନୁଯାୟୀ ଯୁଦ୍ଧବନ୍ଦୀ ମାନଙ୍କୁ ବିନା ଵିଳମ୍ବ ରେ ସ୍ବଦେଶ ପଠାଇବାକୁ ହୋଇଥାଏ   ଏହା ପୂର୍ବରୁ କାର୍ଗିଲଯୁଦ୍ଧ ସମୟରେ ଭାରତୀୟ ପାଇଲଟ ନଚିକେତା ଙ୍କୁ ପାକସେନା ଗିରଫ କରି ରେଡ କ୍ରସ କୁ ଅର୍ପଣ କରିଥିଲା ଦିନ ପରେ ନଚିକେତା ଅଟାରି ବର୍ଡ଼ର ଦେଇ ଭାରତ ଫେରିଥିଲେ

ଅଭିନନ୍ଦନଙ୍କୁ ସ୍ବାଗତ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ସାହ ଦେଖାଦେଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂ ମଧ୍ୟ ଅଭିନନ୍ଦନଙ୍କୁ ସ୍ବାଗତ କରିବାକୁ ଆଗ୍ରହୀ ସେ ଏଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରିଛନ୍ତି।ସକାଳୁ  ସକାଳୁ ବର୍ଡ଼ର ରେ ଭାରତୀୟ ସାଧାରଣ ଜନଗଣ ଙ୍କ ଭିଡ ଦେଖିବାକୁ ମିଳିଛି

01/03/2019

Leave a Reply

Your email address will not be published. Required fields are marked *

Comments