Bikash Khabar
ଏଥର ଦୀପ ଓ ଲାଇଟ ମାଳ ରେ ଦୀପାବଳି

ଆଜି ଦୀପାବଳି ଆଲୁଅରେ ଝଟକିଲାଣି ଘରଠୁ କାର୍ଯ୍ୟାଳୟ। ଘରେ ଘରେ ସାଇତା ହେଲାଣି ଭଳି ଭଳିକା ଦୀପ ମହମବତି। ଅନେକ ସହର ରୁ ଯାଇ ପହଂଚିଛନ୍ତି ଗାଁରେ ପରିବାର ଗହଣରେ ଦୀପାବଳି ପାଳିବାକୁ ଆରମ୍ଭ ହୋଇଛି ସଜବାଜ ପାଗ ଭଲ ଥିବାରୁ ଦିନରେ ବୁଲାବୁଲି କରିବା ସହ ସନ୍ଧ୍ୟାରେ ଘରେ ଦୀପ ଜାଳି ଦୀପାବଳିକୁ ଉପଭୋଗ କରିବାକୁ ଯୋଜନା ପ୍ରସ୍ତୁତି କଲେଣି।କରୋନା ପାଇଁ ଫିକା ହୋଇଯାଇଛି ଦୀପାବଳି ବାଣ ଉପରେ ଲାଗିଛି ରୋକ। ବାଣ ବିନା ପିଲାଙ୍କ ମୁହଁ ଶୁଖି ଯାଇଛି। ବିନା ବାଣରେ କି ଦୀପାବଳି ! କେହି କେହି ଗତବର୍ଷରୁ ସାଇତି ରଖିଥିବା ବାଣ ଆଣି ଖରାରେ ଶୁଖେଇଲେଣି ତଥାପି ମନ ବୁଝୁନାହିଁ ବାଣ ଫୁଟାଇବାରେ ରୁଚି ରଖୁଥିବା ପିଲାଏ ଲୁଚି ଛପି ଖୋଜାଖୋଜି କରି ଚୋରାରେ ବାଣ କିଣୁଥିବା ପରିଲକ୍ଷିତ ହେଉଛି। କିଛି କିଛି ସ୍ଥାନରେ ଝୁର୍ଝୁରି, ଘଡ଼ି ବାଣ, ଚକ୍ରିବାଣ, ରସୁଣ ବାଣ ଆଦି ବିକ୍ରି ହେଉଛି। ଏଭଳି ବାଣ ଉପରେ ସେତେଟା କଡ଼ା କଟକଣା ନାହିଁ। ତେଣୁ ଲୋକେ କିଣି ନେଉଥିବା ଦେଖିବାକୁ ମିଳୁଛି। ଆଜି ସକାଳୁ ରାଜ୍ୟର କିଛି ଅଞ୍ଚଳରେ ପୋଲିସ ବାଣଦୋକାନ ରେ ଚଢ଼ାଉକରିଛି ଆତସବାଜି ଜମିଲେ ବି ଆଲୁଅମାଳାରେ ରଙ୍ଗିନ ହେବ ପରିବେଶ। ଚଳିତ ବର୍ଷ ଦୀପ ଲାଇଟ୍ ବିକ୍ରିବଟା ବେଶ୍ଭଲ ହୋଇଥିବା ବ୍ୟବସାୟୀମାନେ ସୂଚନା ଦେଇଛନ୍ତି। ଏଥର ବାଣ ଉପରେ କଟକଣା ଥିବାରୁ ସେହି ବଜେଟ୍ରେ ଲୋକେ ଭଳିକି ଭଳି ଲାଇଟ୍କିଣିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି।

14/11/2020

Leave a Reply

Your email address will not be published. Required fields are marked *

Comments