Bikash Khabar
ଓଡ଼ିଶାରେ ନିଆରା,ଆଜି ଆୟୋଜିତ ହେଉଛି ମହିଳା ପୋଲିସ ଅଧିକାରୀଙ୍କ ସମାବେଶ

 ଓଡ଼ିଶା ପୋଲିସ ଆନୁକୂଲ୍ୟରେ ପୋଲିସରେ ମହିଳାଶୀର୍ଷକ ଦିନିକିଆ ସମ୍ମିଳନୀ ଶୁକ୍ରବାର କଟକ ସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିୟନଠାରେ ଅନୁଷ୍ଠିତ ହେବ। ମହିଳା ପୋଲିସ ଅଧିକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଲିଙ୍ଗଗତ ସମସ୍ୟା ତା ସମାଧାନ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ରାଜ୍ୟ ପୋଲିସର ଶହେରୁ ଅଧିକ ମହିଳା ଅଧିକାରୀ କର୍ମଚାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ରାଜ୍ୟ ପୋଲିସ ଦ୍ୱାରା ମହିଳା ପୋଲିସଙ୍କ ବିଭିନ୍ନ ସେବା କଲ୍ୟାଣ ପ୍ରସଙ୍ଗକୁ ନେଇ ଏପରି ଏକ ନିର୍ଦ୍ଦିଷ୍ଟ ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ। ଏହି ସମ୍ମିଳନୀରେ ଡିଜିପି ଅଭୟ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ପୋଲିସର ଅନେକ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।

06/03/2020

Leave a Reply

Your email address will not be published. Required fields are marked *

Comments