Bikash Khabar
ଓଡ଼ିଶାର ନିଜସ୍ୱ ଅନ୍ ଲାଇନ ସପିଙ୍ଗ ଷ୍ଟୋର ଆଇହୋମ୍ ସପ୍

ଭୁବନେଶ୍ୱର, ମାର୍ଚ୍ଚ ୦୫ : ଏବେ କିଛି ବର୍ଷ ଧରି ଅନ୍ ଲାଇନରେ ସପିଙ୍ଗ ଟ୍ରେଣ୍ଡ ପାଲଟିଛି । ଫ୍ଲିିପ କାର୍ଡ଼, ଆମାଜନ୍, ସ୍ନାପଡ଼ିଲ୍  ପରି ଅନେକ ଅନ୍ ଲାଇନ୍ ସପ୍ ଲୋକପ୍ରିୟତା ପାଇଥିବା ବେଳେ ଓଡ଼ିଶା ପ୍ରଥମଥର ପାଇଁ ଏକ ନିଜସ୍ୱ ଅନ୍ ଲାଇନ୍ ସପିଙ୍ଗ୍ ଷ୍ଟୋର ଆଇହୋମ୍ ସପ୍ ଆରମ୍ଭ କରିଛି । ଏହି ମେଗା ଅନ୍ ଲାଇନ୍ ଷ୍ଟୋର (www.Ihomeshop.co.in) ପ୍ରଥମ ପର୍ଯ୍ୟାୟରେ କେବଳ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ସେବା ଯୋଗାଇ ଦେଉଛି । ଏଥିରେ ଲୋକମାନେ ଘରେ ବସି ବିଭିନ୍ନ ଦ୍ରବ୍ୟ ପାଇଁ ଅର୍ଡ଼ର ଦେଇପାରିବେ ଏବଂ ଡ଼େଲିଭରି ମଧ୍ୟ ପାଇପାରିବେ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ପୋଷାକ, ଜୋତା,ବ୍ୟାଗ୍, ବୈଦ୍ୟୁତିକ ଉପକରଣ, ସୌନ୍ଦର୍ଯ୍ୟ ଓ ପ୍ରସାଧନୀ, ଜୁଏଲାରୀ, ଗୃହଉପକରଣ ଓ ଉଦ୍ୟାନ ଭିତ୍ତିକ ଦ୍ରବ୍ୟ ଯୋଗାଇ ଦିଆଯାଉଛି ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି । ବିଗତ ବର୍ଷେ ହେଲା ଏହି ସେବା ଭୁବନେଶ୍ୱର ବାସିନ୍ଦାମାନେ ପାଇପାରୁଛନ୍ତି । କ୍ରମଶଃ ଗ୍ରାମାଂଚଳରେ ଏଭଳି ସେବାକୁ ପହଂଚାଯିବା ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । 

05/03/2018

Leave a Reply

Your email address will not be published. Required fields are marked *

Comments