Bikash Khabar
କୁକୁଡ଼ା ପାଳନକୁ ଲାଭଦାୟକ କରିହେବ – ସମରେନ୍ଦ୍ର

ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ହେଉଛନ୍ତି ସମରେନ୍ଦ୍ର ମିଶ୍ର । ୨୦୦୧ରେ ସେ ନିଜ ଉଦ୍ୟମରେ ଓଭୋ ଫାର୍ମ ପ୍ରତିଷ୍ଠା କରି ଅର୍ଜିଛନ୍ତି ସଫଳତା । ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଫାର୍ମରୁ ଉପାର୍ଜନ କରୁଛନ୍ତି ଦୈନିକ ୧୦ ଲକ୍ଷ ଅଣ୍ଡା । ସାରା ଏସିଆ ମହାଦେଶରେ ସ୍ୱୟଂକ୍ରିୟ ଫାର୍ମର ମାନ୍ୟତା ପାଇଥିବା ଓଭୋ ଫାର୍ମର ମାଲିକ ସମରେନ୍ଦ୍ରଙ୍କ ସହ ଆମର ଆଳାପ । ସମରେନ୍ଦ୍ର କହନ୍ତି କୁକୁଡ଼ା ପାଳନକୁ ଲାଭଜନକ କରିହେବ ।
 ଫାର୍ମ କେବେ ଓ କେଉଁ ପରିସ୍ଥିତିରେ ଆରମ୍ଭ ହୋଇଥିଲା ?
୨୦୦୦ ମସିହାରେ ୩୦୦ କୁକୁଡ଼ାଙ୍କୁ ନେଇ ଆରମ୍ଭ ହୋଇଥିଲା ଫାର୍ମ । କୁକୁଡ଼ା ପାଳନରୁ ଲାଭ ହୁଏ ଶୁଣିଥିଲୁ । ସେହି ଉତ୍ସାହରେ  ଏହା ଗଢା ଯାଇଥିଲା । ଉଦ୍ୟୋଗର ବିସ୍ତାର ପାଇଁ ନୁଆ କୌଶଳକୁ ଉପଯୋଗ କରାଯାଇଥିଲା । ୨୦୧୧ରେ ପରୀକ୍ଷା ମୂଳକ ଭାବେ ସ୍ୱୟଂକ୍ରିୟ ପଦ୍ଧତିକୁ ଲାଗୁ କରାଯାଇଥିଲା ।
 ଫାର୍ମର ବର୍ତ୍ତମାନର ସ୍ଥିତି କ’ଣ?
ଏବେ ଦୈନିକ ୧୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ସବୁ କିଛି ମେସିନ ସାହାର୍ଯ୍ୟରେ ହେଉଛି । ଆରମ୍ଭ ସମୟରେ ବ୍ୟାଙ୍କ ଋଣ ପାଇବା ଦିଗରେ ଅନେକ ସମସ୍ୟା ହୋଇଥିଲା । ଏବେ ଆମ ବ୍ୟବସାୟ ବଢିଛି । ଏବେ ବ୍ୟାଙ୍କ ଦ୍ୱାର ମୁହଁକୁ ଆସି ଋଣ ଯାଚୁଛି । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଆସାମ ଆଦି ରାଜ୍ୟରେ ଆମର ଅଣ୍ଡା ବିକ୍ରୀ ହେଉଛି ।
 କ’ଣ ରହିଛି ସମସ୍ୟା ?
ବଲାଙ୍ଗିରରେ କୁକୁଡ଼ା ଫାର୍ମ ଏକ କଷ୍ଟକର ବ୍ୟାପାର । ଏଠାରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । କୁକୁଡ଼ା ଖାଦ୍ୟ, ଚିକିତ୍ସା, ବଜାର ସବୁ କିଛି ହାତ ପାଆନ୍ତାରେ ନାହିଁ । କଠିନ ପରିଶ୍ରମ ନକଲେ ଲାଭ ମିଳିବା କଷ୍ଟ । ଫାର୍ମରେ କାମ କରିବା ପାଇଁ ଲୋକ ମିଳୁନାହାନ୍ତି । ଯେଉଁମାନେ ମିଳୁଛନ୍ତି ତାଙ୍କ ନିକଟରେ ଦକ୍ଷତାର ଅଭାବ ରହିଛି । 
 

29/01/2018

Leave a Reply

Your email address will not be published. Required fields are marked *

Comments