Bikash Khabar
କୋଟିଆ ଦେଖିଲା ନୁଆ ରାସ୍ତା, ଗଡ଼ିବ ବସ୍

 କୋରାପୁଟ,ଜାନୁଆରୀ ୧୫: ଦୁଇଟି ରାଜ୍ୟ ନିଜ ଅଂଚଳ ବୋଲି ଦାବୀ କରୁଛି କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ପରେ କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ପଂଚାୟତରେ ସଡ଼କ ଟିଏ ପହଂଚି ପାରିଲା ନାହିଁ । ପାଣି, ବିଜୁଳି, ସଡ଼କ ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଏବେ ନୁଆ ଆଶା ସୃଷ୍ଟି ହୋଇଥିବା ଜଣାଯାଇଛି ।

ନିକଟରେ ଆନ୍ଧ୍ରପ୍ରଦେଶର କିଛି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି କୋଟିଆର ତଳ ଗଞ୍ଜେଇ ପଦରରେ କମ୍ବଳ ଓ ଭତ୍ତା ବିତରଣ କରିବା ପରେ ଓଡ଼ିଶା ପକ୍ଷରୁ ତିବ୍ର ବିରୋଧ କରାଯାଇଛି । ତା ପରଠାରୁ ଓଡ଼ିଶା ଏହି ଗାଁ ଗୁଡ଼ିକର ବିକାଶ ପାଇଁ ଅଣ୍ଟା ଭିଡ଼ିଛି । କୋଟିଆ ଠାରୁ ସେମ୍ବି ପର୍ଯ୍ୟନ୍ତ ଏବେ ଦୃତ ଗତିରେ ରାସ୍ତା ନିର୍ମାଣ ଚାଲିଛି । ଆମ କୋଟିଆ ସଂଗଠନ ପକ୍ଷରୁ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି, ପଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଆଇନଜୀବି ଗୁପ୍ତେଶ୍ୱର ପାଣିଗ୍ରାହୀ,ଅଜିତ ପାତ୍ର ଓ ସାମ୍ବାଦିକ ଚେଲାପିଲା ସାନ୍ତାକାର କୋଟିଆ ଗସ୍ତ କରିବା ସହ ରାସ୍ତା ନିର୍ମାଣ କାମକୁ ନିରୀକ୍ଷଣ କରିଥିଲେ । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ ପାଣି ଖୁବ୍ ଶୀଘ୍ର ଏଠାକୁ ଏକ ବସ୍ ଚଳାଚଳ ପାଇଁ ପ୍ରତିଶୃତି ଦେଇଛନ୍ତି ।

ବିଜୁ ଗାଁ ଗାଡ଼ି ଯୋଜନାରେ ଏହି ପଂଚାୟତକୁ ବସ୍ ଟିଏ ଯାତାୟତ ବ୍ୟବସ୍ଥା କରାଇବା ପାଇଁ  ଗ୍ରାମବାସୀ ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।

15/01/2018

Leave a Reply

Your email address will not be published. Required fields are marked *

Comments