Bikash Khabar
ଚିଲିକାରେ ପ୍ରଥମ ଜାତୀୟ ପକ୍ଷୀ ଉତ୍ସବ : ଅଧିକ ପକ୍ଷୀ ଆସିଲେ, ଅଧିକ ଆସିବେ ପର୍ଯ୍ୟଟକ

 ଟାଙ୍ଗି, ଜାନୁଆରୀ ୨୮ : ଚିଲିକାକୁ ଅଧିକ ପକ୍ଷୀ ଆସିଲେ, ଆସିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବ । ଅଧିକ ସଂଖ୍ୟକ ପକ୍ଷୀ କିଭଳି ଚିଲିକାକୁ ଆସିବେ ଓ ସୁରକ୍ଷିତ ରହିବେ ସେ ଦିଗରେ ବନବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଜନତା ମିଳିତ ଭାବେ ଦାୟିତ୍ୱ ନେବାକୁ ଆୟୋଜିତ ଚିଲିକା ପକ୍ଷୀ ଉତ୍ସବରେ ବକ୍ତାମାନେ ସୂଚାଇ ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମଙ୍ଗଳାଯୋଡ଼ି ଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ହୋଇଯାଇଛି ପ୍ରଥମ ଜାତୀୟ ପକ୍ଷୀ ଉତ୍ସବ । ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର , ଅତିରିକ୍ତ ଶାସନ ସଚିବ ନିତିନ ଭାନୁଦାସ ଜାୱଲେ, ସିଡ଼ିଏ ମୁଖ୍ୟ ସୁଶାନ୍ତ ନନ୍ଦ, ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଚିଲିକାର ପକ୍ଷୀ ଓ ଏମାନଙ୍କର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ପକ୍ଷୀ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ମହାବୀର ପକ୍ଷୀ ସୁରକ୍ଷା ସମିତି ମଙ୍ଗଳା ଯୋଡ଼ିକୁ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି । 

28/01/2018

Leave a Reply

Your email address will not be published. Required fields are marked *

Comments