Bikash Khabar
ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଲା ଢେଙ୍କାନାଳ ଛାତ୍ରଛାତ୍ରୀଙ୍କ ନାଟକ ‘ଚଷମା’

ଢେଙ୍କାନାଳ, ଜାନୁଆରୀ ୨୫ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ନାଟକ ଜାତୀୟ ସ୍ତରରେ ପ୍ରଶଂସା ଅର୍ଜନ କରିଛି । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ବମ୍ବେର ନେହୁରୁ ବିଜ୍ଞାନ କେନ୍ଦ୍ରରେ ମଞ୍ଚସ୍ଥ ହୋଇ ‘ଚଷମା’ ପାଲଟିଥିଲା ଆକର୍ଷଣ । 
ଚଷମା ଦୃଷ୍ଟିବାଧିତଙ୍କ ପାଇଁ  ବରଦାନ । ହେଲେ ଚଷମା ବି ଦେଖାଏ ସ୍ୱଚ୍ଛତାର ଚିତ୍ର । ସେଥିରେ ପ୍ରତିଫଳିତ ହୋଇପାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଦର୍ଶ । ଏପରି ଏକ କାହାଣୀକୁ ନେଇ ମଂଚକୁ ଓହ୍ଲାଇଥିଲେ କାନପୁରା ସ୍କୁଲର ଛାତ୍ରଛାତ୍ରୀମାନେ । ନାଟ୍ୟକାର ଦିନେଶ୍ ଦାସଙ୍କର ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକଟିକୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରାପ୍ତ ମାଲାୟାଲମ୍ ଚଳଚ୍ଚିତ୍ରର ଚର୍ଚ୍ଚିତ ବ୍ୟକ୍ତିତ୍ୱ ଅଦୁରଗୋପାଳକିଷ୍ଣନ୍ ଉଚ୍ଚ ପ୍ରଶଂସା କରିଥିଲେ । ନାଟକ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ, ବ୍ୟକ୍ତିର ବିକାଶ ପାଇଁ ଏହା ଏକ ସଫଳ ଚିକିତ୍ସା ପଦ୍ଧତି ବୋଲି ଅତିଥିମାନେ ମତପୋଷଣ କରିଥିଲେ । ବିଜ୍ଞାନ ନାଟକ ମହୋତ୍ସବରେ ଢେଙ୍କାନାଳର ଛାତ୍ରଛାତ୍ରୀଙ୍କ ଯୋଗଦାନ ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା କହିଛନ୍ତି । 
 

25/01/2018

Leave a Reply

Your email address will not be published. Required fields are marked *

Comments