Bikash Khabar
ଧୂଅାଁ ବାଣ ପାଲଟିଛି ମାଙ୍କଡ଼ିଆ ଜନଜାତିଙ୍କ ବିକାଶ

 ବାରିପଦା,ଜାନୁଆରୀ ୦୭ : କପ୍ତିପଦା ବ୍ଲକ ଅନ୍ତର୍ଗତ ଜାମୁଡ଼ିଆ ପଂଚାୟତର ଉଠାଣି ସାହିରେ ବାସ କରୁଥିବା ୨୫ଟି ମାଙ୍କଡ଼ିଆ ପରିବାର ଅତ୍ୟନ୍ତ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ବର୍ଷ ତଳେ ସେମାନଙ୍କ ଥଇଥାନ ପାଇଁ ଆଇଟିଡ଼ିଏ ପକ୍ଷରୁ ନିର୍ମାଣ କରାଯାଇଥିବା କଲୋନୀ ଘର ଗୁଡ଼ିକ ଭାଙ୍ଗି ରୁଜି ଗଲାଣି । କେତେବେଳେ ଯେ, ଭୁଶୁଡ଼ି ପଡ଼ିବ କହି ହେଉନି । ଜନଜାତି ପରିବାର ଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଘର ଗୁଡ଼ିକରୁ ବାହାରି ଆସି ଝୁମ୍ପିଡ଼ି ଘର ତିଆରି କରି ରହୁଛନ୍ତି । ଗାଁରେ ପୋଖରୀ ଟିଏ ନଥିବାରୁ ଲୋକେ ପ୍ରଦୂଷିତ ନାଳରେ ନିତ୍ୟକର୍ମ ସାରିବାକୁ ବାଧ୍ୟ ହେଉଛନ୍ତି । ଗାଁରେ ବିଜୁଳି ନାହିଁ କି ସଡ଼କ ନାହିଁ । ସ୍ଥାନୀୟ ଏକ ଏନଜିଓ ସୋଲାର ଜରିଆରେ ପିଇବା ପାଣିର ବ୍ୟବସ୍ଥା କରାଇଛି । ଜଙ୍ଗଲ ଅଧିକାର ଆଇନରେ ଲୋକଙ୍କୁ ଯେଉଁ ଜମି ମିଳିଛି ଏ ପର୍ଯ୍ୟନ୍ତ ତାହା ଚିହ୍ନଟ ହୋଇପାରିନାହିଁ । 

07/01/2018

Leave a Reply

Your email address will not be published. Required fields are marked *

Comments