Bikash Khabar
ପାରମ୍ପରିକ ଫସଲର ଚାଷ ଛାଡ଼ି ଚାଷୀ ଅଧିକ ଆୟ ଦେଉଥିବା ଫସଲର ଚାଷ କରନ୍ତୁ - ନିତିନ ଗଡ଼କରୀ

 ରାୟପୁର, ଜାନୁଆରୀ ୨୭ : ଚାଷୀ ପାରମ୍ପରିକ ଫସଲ ଛାଡ଼ି ଆଧୁନିକ ତଥା ଅଧିକ ଆୟ ଦେଉଥିବା ଫସଲର ଚାଷ କରିବା ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ ଭିନ୍ନ ମତ ପୋଷଣ କରିଛନ୍ତି । ଶ୍ରୀ ଗଡ଼କରୀ ଛତିଶଗଡ଼ର ରାଜଧାନୀ ରାୟପୁର ନିକଟରେ ଯୋରାଠାରେ ଆୟୋଜିତ ୫ ଦିନିଆ ଜାତୀୟ କୃଷିମେଳାର ତୃତୀୟ ଦିନ ସନ୍ଧ୍ୟାରେ ମେଳା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସମ୍ବୋଧିତ କରି କରିଥିଲେ । ସେ କହିଥିଲେ ଯେ, ଆଜି ଭାରତ ଚାଉଳ, ଗହମ ଏବଂ ଅନ୍ୟାନ୍ୟ ଶସ୍ୟର ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି । ଏବେ ଚାଷୀ ପାରମ୍ପରିକ ଚାଷକୁ ପରିତ୍ୟାଗ କରି ଆମେ ବିଦେଶରୁ ଆମଦାନୀ କରୁଥିବା କୃଷି ସାମଗ୍ରୀର ଉତ୍ପାଦନ କରିବା ଉଚିତ । ଅଧିକ ଲାଭ ଦେଉଥିବା ଫସଲର ଚାଷ କଲେ ଚାଷୀ ଅତିରିକ୍ତ ଦୁଇ ପଇସା ରୋଜଗାର କରିପାରିବ । ଆଜି ଚାଉଳ, ଗହମ,ସୋୟାବିନ୍ ଏବଂ ଚିନିର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ନିର୍ଣ୍ଣୟ ହେଉଛି । ଫସଲର ମୂଲ୍ୟ ଚାହିଦା ଏବଂ ଉତ୍ପାଦନର ସିନ୍ଧାନ୍ତ ଉପରେ ନିର୍ଭର କରିଥାଏ । ଆଜି ପୂରା ବିଶ୍ୱ ଖୋଲା ବଜାର ଭାବରେ ଉଭା ହୋଇଛି । ଅନ୍ୟ ଦେଶରେ ଫସଲର ମୂଲ୍ୟ କମିଲେ ଆମ ଦେଶରେ ପ୍ରଭାବ ପଡ଼ୁଛି । ଚାଷ କ୍ଷେତ୍ରରେ ଯାନ୍ତ୍ରିକକରଣ ବଢୁଥିବାବେଳେ ଛୋଟ ଚାଷୀମାନେ ସମନ୍ୱିତ ନମୁନା କୁ ଗ୍ରହଣ କରିବା ଉଚିତ । ଚାଷ ସହ ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଚାଷ, କୁକୁଡ଼ା ଓ ବତକ ପାଳନ ଦିଗରେ ଚାଷୀ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ । 

 

27/01/2018

Leave a Reply

Your email address will not be published. Required fields are marked *

Comments