Bikash Khabar
ମହିଳାଙ୍କ ସମ୍ପୂର୍ଣ୍ଣ କବଜାରେ ଥିବା ଏକ ରେଳ ଷ୍ଟେସନ : ଯାହା ଲିମକା ବୁକ୍ ଅଫ୍ ରେକର୍ଡ଼ରେ ପାଇଛି ସ୍ଥାନ

ମୁମ୍ବାଇ, ଜାନୁଆରୀ ୨୮(ଖବର ଓଡ଼ିଶା) : ମୁମ୍ବାଇର ମୁତୁଙ୍ଗା ରେଳ ଷ୍ଟେସନ । ଏହି ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ନାମ ହେଉଛି ମମତା କୁଲକର୍ଣ୍ଣି । ଷ୍ଟେସନର କମର୍ସିଆଲ୍ ଓ ଅପରେସନ୍ ବିଭାଗରେ ଅଛନ୍ତି ୧୭ ଜଣ ମହିଳା । ରେଳ ସୁରକ୍ଷା ବଳରେ ମଧ୍ୟ ନିୟୋଜିତ ହୋଇଛନ୍ତି ୬ ମହିଳା । ଟିକେଟ୍ ତନଖି କାର୍ଯ୍ୟରେ ୮ଜଣ ଓ ଘୋଷିକା ଭାବେ ୨ଜଣ ଏପରି ମୋଟ ୪୧ ଜଣ ମହିଳା କର୍ମଚାରୀ ନିୟୋଜିତ ହୋଇ ଏହି ଷ୍ଟେସନଟିର ମର୍ଯ୍ୟଦା ବୃଦ୍ଧି କରିଛନ୍ତି । 
ମହିଳା ସଶକ୍ତିକରଣର ଏକ ନୂଆ ଧାରା ସୃଷ୍ଟି କରିଛି ଏହି ଷ୍ଟେସନ । ଏହାର ସମସ୍ତ କର୍ମଚାରୀ ମହିଳା ହୋଇଥିବାରୁ ଲିମକା ବୁକ୍ ଅଫ୍ ରେକର୍ଡରେ ଷ୍ଟେସନଟିର ନାମ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ କୀ ବାତ୍ ର ୪୦ତମ ସଂସ୍କରଣରେ ଷ୍ଟେସନଟିର ପ୍ରଶଂସା କରିଛନ୍ତି । ୧୯୮୮ ମସିହାରେ ମୁମ୍ବାଇ ରିଜନ୍ ତାର ପ୍ରଥମ ମହିଳା ଡ଼୍ରାଇଭର୍ ପାଇଥିଲା । ୧୯୯୨ ମସିହାରେ ପଶ୍ଚିମ ରେଳରେ ଲେଡ଼ିଜ୍ ସେସିଆଲ୍ ଟ୍ରେନ୍ ଆରମ୍ଭ କରାଯାଇଥିଲା । ଏବେ ପୁରା ଷ୍ଟେସନର ସମସ୍ତ କର୍ମଚାରୀ ମହିଳା ହୋଇଥିବାରୁ ଏହାକୁ ନେଇ ମହିଳା ସଶକ୍ତିକରଣ ରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । 
 

28/01/2018

Leave a Reply

Your email address will not be published. Required fields are marked *

Comments