Bikash Khabar
ମୁମ୍ବାଇ ମାରାଥନ : ବିକାଶ ପାଇଁ ଦୌଡ଼ିଲେ ୪୪ ହଜାର ଅଂଶ ଗ୍ରହଣକାରୀ, ଯୋଗାଡ଼ ହେଲା ୨୬ କୋଟି ଟଙ୍କାର ପାଣ୍ଠି

ମୁମ୍ବାଇ,ଜାନୁଆରୀ ୨୫ : ବ୍ୟସ୍ତ ବହୁଳ ବାଣିଜ୍ୟିକ ସହର ମୁମ୍ବାଇ ସଡ଼କରେ ବିକାଶ ପାଇଁ ଦୌଡ଼ିଛନ୍ତି ୪୪ ହଜାର ଅଂଶଗ୍ରହଣକାରୀ । ଦୌଡ଼ରୁ ମିଳିଛି ୨୬ କୋଟି ଟଙ୍କାର ପାଣ୍ଠି । ଏହି ପାଣ୍ଠିରେ ବିକାଶମୂଳକ କାର୍ଯ୍ୟକ୍ରମମାନ କରାଯିବା ସ୍ଥିର ହୋଇଛି ।
ଗତ ରବିବାର ଦିନ ମୁମ୍ବାଇ ସଡ଼କ ଉପରେ ଟାଟା ମୁମ୍ବାଇ ମାରାଥନ୍ ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ୧୪ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଅନନ୍ୟ ଅଭିଯାନ ଦେଶର ୭୦୦ରୁ ଅଧିକ ସଡ଼କ ଉପରେ ଏବେ ଦେଖିବାକୁ ମିଳିଲାଣି ।
୨୦୦୪ରୁ ପ୍ରୋକମ ଇଣ୍ଟରନ୍ୟାସନାଲ ପକ୍ଷରୁ ଏଭଳି ଏକ ଚାରିଟି ଅଭିଯାନର ଅୟମାରମ୍ଭ ହୋଇଛି । 
 

25/01/2018

Leave a Reply

Your email address will not be published. Required fields are marked *

Comments