Bikash Khabar
ସ୍ୱଚ୍ଛ ସହର ମଧ୍ୟରେ ସମ୍ବଲପୁର ଆଗରେ

 ସମ୍ବଲପୁର, ଜାନୁଆରୀ ୨୯ : ସ୍ୱଚ୍ଛ ସର୍ବେକ୍ଷଣ ୨୦୧୮ରେ ସମ୍ବଲପୁରକୁ ମିଳିଛି ସଫଳତା । ରାଜ୍ୟର ୯ଟି ସହରକୁ ପଛରେ ପକାଇ ଦେଇଛି ସମ୍ବଲପୁର । ୩୨୫-୩ ନମ୍ବର ସହ ସମ୍ବଲପୁର ସ୍ୱଚ୍ଛତାର ଛବିରେ ଆଗୁଆ ହେବା ସ୍ଥାନୀୟ ବାସିନ୍ଦା, ପ୍ରଶାସନ ଓ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଛି ।

ଭାରତ ସରକାରଙ୍କ ଗୃହ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ଆନୁକୁଲ୍ୟରେ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ୨୦୧୮ରେ ଓଡ଼ିଶାର ସହରମାନଙ୍କ ମଧ୍ୟରେ ସମ୍ବଲପୁର ଶ୍ରେଷ୍ଠ ମାନ୍ୟତା ପାଇଛି । ୧ଲକ୍ଷରୁ ଅଧିକ ଓ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଦେଶର ସମସ୍ତ ୩୭୦ଟି ସହରକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିଲାବେଳେ ସମ୍ବଲପୁର ୧୮୬ଟି ତମ ସ୍ଥାନରେ ରହିଛି । ତେବେ ଏହି ତାଲିକାରେ ସ୍ଥାନ ପାଇଥିବା ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ପୁରୀ, ବାଲେଶ୍ୱର ଓ ବାରିପଦା କୁ ପଛକୁ ପକାଇ ସମ୍ବଲପୁର ଆଗକୁ ଆସିଛି ।

ସର୍ଭେରେ  ବ୍ୟବହାରକାରୀଙ୍କ ସଂଖ୍ୟା ସନ୍ତୁଷ୍ଟି ଓ ସଂପୃକ୍ତ ସଂସ୍ଥାର ଦାୟିତ୍ୱ ବୋଧକୁ ନେଇ ର୍ୟାକିଙ୍ଗ କରାଯାଇଛି । ସମ୍ବଲପୁର ପରେ ଭୁବନେଶ୍ୱର ଦ୍ୱିତୀୟ ସ୍ୱଚ୍ଛ ସହର ହୋଇଥିବାବେଳେ ବ୍ରହ୍ମପୁର ତୃତୀୟ ସ୍ଥାନରେ ରହିଛି । ସବୁଠୁ ପଛରେ ପଡ଼ିଛି ବାରିପଦା । ସାରା ଦେଶରେ ତେଲେଙ୍ଗାନାର ନାଲଗୋଣ୍ଡା ପ୍ରଥମ ଓ ସୂର୍ଯ୍ୟପେଟ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନ ପାଇଛି ରାଜସ୍ଥାନର ପାଲି । ୧୦ ଲକ୍ଷରୁ ଊଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ମହାନଗର ଗୁଡ଼ିକରେ ଓଡ଼ିଶାର କୌଣସି ସହର ନଥିବା ଜଣାଯାଇଛି । ୧ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାର ସହର ଗୁଡ଼ିକର ସର୍ବେକ୍ଷଣରେ ଗଞ୍ଜାମ ପ୍ରଥମ, ବରଗଡ଼ ଦ୍ୱିତୀୟ ଓ କୋରାପୁଟ ତୃତୀୟ ସ୍ଥାନରେ ରହିଛନ୍ତି । 

29/01/2018

Leave a Reply

Your email address will not be published. Required fields are marked *

Comments