Bikash Khabar
୧୦ରୁ କମ୍ ପିଲା ଅଛନ୍ତି, ବନ୍ଦ ହେବ ଆଉ ୨୨୩ ସ୍କୁଲ

 ଭୁବନେଶ୍ୱର, ଜାନୁଆରୀ ୧୫ : ୧୦ରୁ କମ୍ ପିଲା ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରିବା ନେଇ ଜୁନ୍ ୨୩,୨୦୧୬ରେ  ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ତାହାର ଚୂଡାନ୍ତ ଚିହ୍ନଟ ଏଯାଏଁ ସମ୍ଭବପର ହୋଇନାହିଁ । ୧୦ରୁ କମ୍ ପିଲା ଥିବା ଦର୍ଶାଇ ଆଗରୁ ୨୦୦ ସ୍କୁଲ ବନ୍ଦ କରାଯାଇଥିବାବେଳେ ଏବେ ଆଉ ୨୨୩ ଏଭଳି ସ୍କୁଲ ଥିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରୁ ସାମ୍ନାକୁ ଆସିଛି । ସବୁଠୁ ଅଧିକ ଏଭଳି ସ୍କୁଲ ରହିଛି ସୋନପୁର ଜିଲ୍ଲାରେ । ସୋନପୁରରେ ୧୦ରୁ କମ୍ ପିଲା ପଢୁଥିବା ୧୯ଟି ବିଦ୍ୟାଳୟ ଥିବାବେଳେ ରାୟଗଡ଼ା ଜିଲ୍ଲାରେ ୧୮ଟି ସ୍କୁଲରେ ୧୦ରୁ କମ୍ ପିଲା ଅଛନ୍ତି । ମୟୂରଭଞ୍ଜରେ ରହିଛି ୧୫ଟି ଏଭଳି ସ୍କୁଲ । କୋରାପୁଟ ଜିଲ୍ଲାରେ ୧୪ଟି, ଜଗତସିଂହପୁର ଜିଲ୍ଲାରେ ୧୨ଟି, କନ୍ଧମାଳ ଜିଲ୍ଲାରେ ୧୨ଟି ସ୍କୁଲରେ ପିଲା ସଂଖ୍ୟା କମ୍ ଥିବାରୁ ସେଗୁଡ଼ିକୁ ବନ୍ଦ କରିଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି । 

15/01/2018

Leave a Reply

Your email address will not be published. Required fields are marked *

Comments