Bikash Khabar
୫ ଓଡ଼ିଆଙ୍କୁ ପଦ୍ମଶ୍ରୀ : ସାହିତ୍ୟ, ସିନେମା, କଳା, ହସ୍ତତନ୍ତ ଓ ଜନସେବା ପାଇଁ ହେଲେ ମନୋନୀତ

 ନୂଆଦିଲ୍ଲୀ, ଜାନୁଆରୀ ୨୬ : ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ପାଇଁ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଥିବା ୮୫ ଜଣଙ୍କ ମଧ୍ୟରୁ ୫ ଓଡ଼ିଆ ଥିବା ଜଣାଯାଇଛି । ଗତକାଲି ସନ୍ଧ୍ୟାରେ ଏମାନଙ୍କ ନାମ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସାହିତ୍ୟ ଓ ଶିକ୍ଷା ପାଇଁ ଚନ୍ଦ୍ରଶେଖର ରଥ, ପଥର ଶିଳ୍ପ ପାଇଁ ପ୍ରଭାକର ମହାରଣା, ହସ୍ତତନ୍ତ ପାଇଁ ଗୋବର୍ଦ୍ଧନ ପାଣିକା, ଜନସେବା ପାଇଁ ଭବାନୀ ଚରଣ ପଟ୍ଟନାୟକ, କଳା ଓ ସିନେମା ପାଇଁ ଶିଶିର ମିଶ୍ର । ଶିଶିର ମିଶ୍ର ଏବେ ମହାରାଷ୍ଟ୍ରରେ ରହୁଥିବାବେଳେ ଅନ୍ୟ ସମସ୍ତେ ଓଡ଼ିଶାରେ  ରହୁଛନ୍ତି । ପଦ୍ମ ପୁରସ୍କାର ଆଗକୁ ଜନସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ  ମତ ରଖିଥିବା ବେଳେ ପ୍ରସ୍ତରକଳାକୁ ବଂଚାଇ ରଖିବା ପାଇଁ ସାଧନା ଅବ୍ୟାହତ ରଖିବି ବୋଲି କହିଛନ୍ତି ଶିଳ୍ପୀ ପ୍ରଭାକର ମହାରଣା । ମୂର୍ତ୍ତିରେ ଭାବ ଆଣିବା ପାଇଁ ପିଲାଙ୍କୁ ଶିକ୍ଷା ଦେବି ବୋଲି ପୁରସ୍କାର ଗ୍ରହଣ ପୂର୍ବରୁ ମତ ଦେଇଛନ୍ତି ଏହି ଶିଳ୍ପୀ । ସେହିପରି କୋଟପାଡ଼ ଅଂଚଳର ହସ୍ତତନ୍ତ ଓ ବୟନ ଶିଳ୍ପକୁ ନିଆରା ମର୍ଯ୍ୟଦା ଦେଇଥିବା ଗୋବର୍ନ୍ଧନ ପାଣିକା ପଦ୍ମ ପୁରସ୍କାର ପାଉଥିବା ଶୁଣି ଖୁସି ବ୍ୟକ୍ତ କରିଛନ୍ତି । ପାଂଚ ଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ରୁଦ୍ଧମନ୍ତ କରି ଆସିଥିବା ଚନ୍ଦ୍ରଶେଖର ରଥ ୧୭ ଅକ୍ଟୋବର ୧୯୨୯ରେ କୁମାର ପୂର୍ଣ୍ଣିମା ତିଥିରେ ଜନ୍ମ ଗ୍ରହଣ କରିଛନ୍ତି । ଲକ୍ଷେ୍ମø ବିଶ୍ୱ ବିଦ୍ୟାଳୟରୁ ଇଂରାଜୀରେ ଏମଏ ଶିକ୍ଷା ପ୍ରାପ୍ତ ହୋଇଥିଲେ । ହିନ୍ଦୀ, ଇଂରାଜୀ, ବଙ୍ଗଳାରେ ସେ ଧୂରୀଣ । ଅସୂର୍ଯ୍ୟ ଉପନିବେଶ, ନବଜାତକ, ଯନ୍ତ୍ରାରୁଢ ଉପନ୍ୟାସ ସହିତ ଶତାଧିକ କ୍ଷୁଦ୍ର ଗଳ୍ପ ଓ ପ୍ରବନ୍ଧ ରଚନା କରି ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ୧୯୮୦ ଓ ୮୧ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୧ରେ ଗଳ୍ପ ପାଇଁ ସାରଳା ସମ୍ମାନ, ୧୯୯୭ରେ ସାହିତ୍ୟ ଏକାଡ଼େମୀ କେନ୍ଦ୍ରୀୟ ସମ୍ମାନ ମିଳିଛି । 

26/01/2018

Leave a Reply

Your email address will not be published. Required fields are marked *

Comments